ଶିଶୁଙ୍କ ଆଲର୍ଜି

ତିନି ବର୍ଷରୁ କମ୍ ବୟସର ଶିଶୁଙ୍କୁ ଆଲର୍ଜି ହେବା ଏକ ସାଧାରଣ ସମସ୍ୟା। ତଥାପି ସେମାନଙ୍କ ଆଲର୍ଜିକୁ ଅଣଦେଖା କରିବା ଅନୁଚିତ। ଏହା ବେଳେ ବେଳେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଶିଶୁଙ୍କ ଆଲର୍ଜି ତିନି ପ୍ରକାରର- ବାୟୁବାହିତ ଆଲର୍ଜି, ଖାଦ୍ୟ ଆଲର୍ଜି ଓ କୀଟ କାମୁଡ଼ା ଆଲର୍ଜି। ବାୟୁବାହିତ ଆଲର୍ଜିରେ ତ୍ବଚାର ବିଭିନ୍ନ ସ୍ଥାନରେ ଲାଲ ରଙ୍ଗର ଦାଗ ଦେଖାଯାଏ। ଶ୍ବାସନଳୀ ଆକ୍ରାନ୍ତ ହେଲେ ଶିଶୁ ପ୍ରଶ୍ବାସ ନେବାରେ କଷ୍ଟ ପାଏ, ନାକ ପୁଡ଼ା ଫୁଲିଉଠେ ଓ କାଶ ହୁଏ। ଆଖି ଓ ନାକରୁ ପାଣି ମଧ୍ୟ ବାହାରେ। ଖାଦ୍ୟ ଆଲର୍ଜିରେ ପେଟ କାଟେ ଓ ଫାମ୍ପେ। ପିଲା ଚିଡ଼ିଚିଡ଼ା ହୁଏ, ଜୋର‌୍‌ରେ କାନ୍ଦେ ଏବଂ ସହଜରେ ନିଦ ହୁଏ ନାହିଁ। ଗୁରୁତର ହେଲେ ପାଟିରୁ ରକ୍ତ ବାହାରେ। ଅଜଣା କୀଟ କାମୁଡ଼ିଲେ ବା ପୋଷା ଜନ୍ତୁ ସ˚ସ୍ପର୍ଶରେ ଆସିଲେ କୀଟ କାମୁଡ଼ା ଆଲର୍ଜି ହୁଏ। ଏଥିରେ ତ୍ବଚାରେ ଦାଗ ପଡ଼େ ଓ କୁଣ୍ତେଇ ହୁଏ। ତେଣୁ ଶିଶୁଠାରେ ଉପରୋକ୍ତ ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ।

ସମ୍ବନ୍ଧିତ ଖବର