ଜାତୀୟ ରାଜପଥରେ କୁମ୍ଭୀରକୁ ‌ଦେଖି ‌ଲୋକେ ଭୟଭୀତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ରାସ୍ତାରେ ଏକ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ କ୍ଲିପକୁ ପର୍ଲ ପୁଲିସ ବିଭାଗ ଫେସବୁକରେ ସେୟାର କରିଛି।

ଏହି ପୋଷ୍ଟର କ୍ୟାପସନରେ ଲେଖାହୋଇଛି, ‘ଆପଣ କେବେ ଜାଣିଛନ୍ତି କି ଆମେ ପର୍ଲ-ଫ୍ଲୋବୁଡ଼ ଲାଇନସ୍ଥିତ ଜାତୀୟରାଜପଥ ୮୦ରେ କ’ଣ ପାଇଛୁ। ଆମେ ତାହାକୁ ସୁରକ୍ଷିତ ଭାବେ ରାସ୍ତା ପାର କରାଇ ଦେବାରେ ସାହାଯ୍ୟ କରିବା ସହିତ ବନ୍ୟଜୀବ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲୁ। ସେ ଆସି କୁମ୍ଭୀରକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଛାଡ଼ି ‌ଦେଇଛନ୍ତି। ଜ‌ାତୀୟ ରାଜପଥରେ ଏଭଳି କୁମ୍ଭୀର ବୁଲିବା ଦେଖି ସେହି ପଥ ‌ଦେଇ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ’

ଏହି ଭିଡିଓଟି କିଛି ଦିନ ପୂର୍ବର ବୋଲି କୁହାଯାଉଛି। ପୋଷ୍ଟ ହେବା ପରଠାରୁ ଏହି ଭିଡିଓକୁ ଅନେକ ଲୋକ ଦେଖିବା ସହିତ ସେୟାର ଓ ଲାଇକ କରିଛନ୍ତି।

ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ବାଟବଣା ହୋଇଥିବା କୁମ୍ଭୀରକୁ ତାର ଉଚିତ ସ୍ଥାନରେ ପହଞ୍ଚାଇଥିବାରୁ। ’

ସମ୍ବନ୍ଧିତ ଖବର