ଦୁଇ ମାତାଙ୍କ ଗର୍ଭରୁ ଅଧା ଅଧା ଜନ୍ମ ହୋଇଥିଲେ ମହାଭାରତର ଏହି ଯୋଦ୍ଧା
ମହାଭାରତ ଗ୍ରନ୍ଥରୁ ଆମେ ଅନେକ କଥା ଶିଖୁ । ଆସନ୍ତୁ ଜାଣିବା ମହାଭାରତ ଯୁଦ୍ଧର ଏପରି ଜଣେ ଯୋଦ୍ଧାଙ୍କ ବିଷୟରେ ଯିଏ, ଦୁଇ ଜଣ ମାତାଙ୍କ ଗର୍ଭରୁ ଅଧା ଅଧା ଜନ୍ମ ହୋଇଥିଲେ, ଯାହା ତାଙ୍କ ମୃତ୍ୟୁର କାରଣ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କାହାଣୀ ହେଲା ଭାରତର ପୂର୍ବ ଭାଗରେ ଥିବା ମଗଧ ରାଜା ବୃହଦ୍ରଥଙ୍କର, ଯାହାଙ୍କର ଦୁଇ ଜଣ ରାଣୀ ଥିଲେ । କିନ୍ତୁ ତାଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇ ନ ଥିଲା । ନିଜର ସନ୍ତାନ ପାଇଁ ସେ ଚେଷ୍ଟା କରିଥିଲେ, କିନ୍ତୁ ସେ ସଫଳ ହୋଇ ନ ଥିଲେ। ଏହି ସମସ୍ୟାର ସମାଧାନ ଲାଗି ବୃହଦ୍ରଥ ଋଷି ଚନ୍ଦ୍ରକୌଶିକଙ୍କ ଆଶ୍ରମରେ ପହଞ୍ଚିଲେ । ସେବା ଦ୍ୱାରା ସେ ଋଷିଙ୍କୁ ପ୍ରସନ୍ନ କଲେ । ଋଷି ପ୍ରସନ୍ନ ହୋଇ ତାଙ୍କୁ ଏକ ଫଳ ଦେଲେ ଏବଂ କହିଲେ ତୁମେ ଯେଉଁ ପତ୍ନୀଙ୍କ ଠାରୁ ତୁମର ସନ୍ତାନ ଚାହୁଁଛ, ତାଙ୍କୁ ଏହି ଫଳଟି ଖୁଆଇଦେବ ।
ରାଜା ଦୁଇ ରାଣୀଙ୍କୁ ପ୍ରେମ କରୁଥିଲେ ଏବଂ କାହା ସହିତ ପକ୍ଷପାତ କରିବାକୁ ଚାହୁଁନଥିଲେ । ସେ ଫଳକୁ ଦୁଇ ଖଣ୍ଡ କରି ଦୁଇ ରାଣୀଙ୍କ ମଧ୍ୟରେ ବାଣ୍ଟିଦେଲେ । ଫଳ ଖାଇବା ପରେ ଦୁଇ ରାଣୀ ଗର୍ଭବତୀ ହେଲେ । କିନ୍ତୁ ଦୁଇ ଜଣଙ୍କ ଗର୍ଭରୁ ଗୋଟିଏ ଶିଶୁର ଅଧା ଅଧା ଭାଗ ଜନ୍ମ ହେଲା । ଦୁଇ ରାଣୀ ଭୟଭୀତ ହୋଇଗଲେ ଏବଂ ଜଙ୍ଗଲରେ ନେଇ ଦୁଇ ଭାଗକୁ ଫିଙ୍ଗିଦେଲେ । ଜଙ୍ଗଲରେ ରହୁଥିବା ଜଣେ ତାନ୍ତ୍ରିକ ‘ଜରା’ ଶିଶୁକୁ ଦେଖିଲା ଦେଖିଲା ଏବଂ ସେ ତନ୍ତ୍ର ବଳରେ ଦୁଇ ଭାଗକୁ ଯୋଡିଦେଲା। ଯୋଡିଦେଲା ପରେ ବାଳକ କାନ୍ଦିବାକୁ ଲାଗିଲା । ଯେତେବେଳେ ବୃହଦ୍ରଥ ଜାଣିଲେ ଯେ ରାଣୀମାନେ ଭୟରେ ସନ୍ତାନକୁ ଜଙ୍ଗଲରେ ଫିଙ୍ଗିଦେଇଛନ୍ତି । ପରେ ସେ ନିଜର ଶିଶୁକୁ ଖୋଜିବାକୁ ଜଙ୍ଗଲକୁ ଚାଲିଗଲେ । ରାଜାଙ୍କର ସାକ୍ଷାତ ଜରା ସହିତ ହେଲା ଏବଂ ସେ ସବୁ କଥା ରାଜାଙ୍କୁ କହିଲା । ବୃହଦ୍ରଥ ଖୁସି ହୋଇ ସେହି ତନ୍ତ୍ରିକ ନାମରେ ପୁତ୍ରର ନାମ ଜରାସନ୍ଧ ରଖିଲେ ।
ଜରାସନ୍ଧ ମହାଦେବଙ୍କର ବଡ଼ ଭକ୍ତ ଥିଲା । କିନ୍ତୁ ଶ୍ରୀକୃଷ୍ଣ ଭଗବାନଙ୍କୁ ନିଜର ଶତ୍ରୁ ବୋଲି ଭାବୁଥିଲା । ମହାଭାରତ ଯୁଦ୍ଧ ସମୟରେ ଜରାସନ୍ଧ ତାଙ୍କ ସହିତ ମଲ୍ଲଯୁଦ୍ଧ କରିବା ପାଇଁ ଭୀମଙ୍କୁ ଆହ୍ଵାନ ଦେଉଥିଲା । ଭଗବାନ ଶ୍ରୀକୃଷ୍ଣଙ୍କୁ ଜରାସନ୍ଧର ଜନ୍ମ ବୃତ୍ତାନ୍ତ ଜଣାଥିଲା, ତେଣୁ ଯେତେବେଳେ ଭୀମ ଜରାସନ୍ଧ ସହ ଯୁଦ୍ଧ କରି ତାକୁ ପରାଜିତ କରିପାରୁ ନ ଥିଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଜରାସନ୍ଧକୁ ମଝିରୁ ଦୁଇ ଫାଳ କରିଦେବାକୁ ଇଙ୍ଗିତ ଦେଲେ। ଏହାପରେ ଭୀମ ଜରାସନ୍ଧଙ୍କ ଶରୀରକୁ ଦୁଇ ଭାଗରେ ଫାଡ଼ି ଦେଲେ ଏବଂ ପ୍ରତ୍ୟେକ ଭାଗକୁ ବିପରୀତ ଦିଗରେ ଫିଙ୍ଗିଦେଲେ ଯେମିତି ଯୋଡ଼ି ନ ହୋଇପାରିବ ।