ମୋବାଇଲ ଫୋନର ପ୍ରଚଳନ ଆରମ୍ଭ ପରେ ହାତଘଡ଼ିର ପ୍ରଚଳନ ଧୀରେ ଧୀରେ ବନ୍ଦ ହୋଇଯାଇଥିଲା । ଲୋକେ ମୋବାଇଲ ଫୋନରେ ସମୟ ଦେଖିବାରେ ଅଭ୍ୟସ୍ତ ହେବା ପରେ ହାତରେ ଘଣ୍ଟା ପିନ୍ଧିବାର ଆବଶ୍ୟକତା ପଡୁନଥିଲା । କିନ୍ତୁ ସମୟ ବଦଳିବା ସହ ଟେକନଲୋଜୀରେ ବିକାଶ ହେଲା । ଏହା ସହିତ ହାତଘଡ଼ି ମଧ୍ୟ ସମୟ ଅନୁସାରେ ନିଜକୁ ବଦଳାଇଲା ଓ ନୂତନ ରୂପରେ ପରିପ୍ରକାଶ କଲା । ଏହାକୁ କୁହାଗଲା ସ୍ମାର୍ଟଓ୍ଵାଚ୍, ହାଇବ୍ରିଡ୍ ଓ୍ଵାଚ୍ ଇତ୍ୟାଦି । ସ୍ମାର୍ଟଓ୍ଵାଚ୍ ଆସିବା ସହ ପୁଣି ଥରେ ଯୁବପୀଢି ହାତରେ ଘଣ୍ଟା ପିନ୍ଧିବାର ଫେସନ ଫେରିଆସିଛି । ନିକଟରେ ପ୍ରମୁଖ ଅନଲାଇନ ସପିଂ କମ୍ପାନି ଆମାଜନ ପକ୍ଷରୁ ଗତ ୨୦୧୮ର ଟପ୫ ସ୍ମାର୍ଟଓ୍ଵାଚ୍ ଓ ଟପ୍-୫ ହାଇବ୍ରିଡ୍ ଓ୍ଵାଚ୍ ତାଲିକା ପ୍ରକାଶ ପାଇଛି ।
ଟପ୍ ୫ ସ୍ମାର୍ଟଓ୍ଵାଚ୍
ଶ୍ରେଷ୍ଠ ୫ ସ୍ମାର୍ଟଓ୍ଵାଚ୍ ମଧ୍ୟରେ ଫୋସିଲ୍ କ୍ୟୁ ମାର୍ଶାଲ୍ ୱାଚ୍ ରହିଛି। ଏଥିରେ ଟଚ୍ ସ୍କ୍ରିନ୍ ସୁବିଧା ରହିଛି। ଏଥିରେ ବିଲ୍ଟ ଇନ୍ ମାଇକ୍ରୋଫୋନ୍ ଏବଂ ସ୍ପିକର ରହିଛି। ସେହିପରି ମାଇକେଲ୍ କୋରସ୍ ଆସେସ୍ ସ୍ମାର୍ଟଫୋନ୍ରେ ଗୋଲ୍ଡ ଟୋନଡ୍ ୱାଚ୍ ରହିଛି। ଏହା ମହିଳାଙ୍କ ପାଇଁ ଉପଯୋଗୀ ହେବ। ଫିଟ୍ନେସ୍ ପ୍ରତି ଗୁରୁତ୍ୱ ଦେଉଥିବା ଗ୍ରାହକଙ୍କ ପାଇଁ ଫିଟ୍ବିଟ୍ ବ୍ଲେଜ୍ ସ୍ମାର୍ଟ ଫିଟନେସ୍ ୱାଚ୍ ରହିଛି। ଏଥିରେ ଜିପିଏସ୍ ସୁବିଧା ରହିଛି। ଫୋସିଲ୍ ଭେଞ୍ଚର ୱାଚ୍ରେ ଭଏସ୍ ଆକ୍ଟିଭେଟେଡ୍ ଗୁଗୁଲ୍ କନେକ୍ଟିଭିଟି, ଏଲ୍ଇଡି ଫ୍ଲାଶ୍ ଲାଇଟ୍, ମାଇକ୍ରୋଫୋନ୍ ଏବଂ ସ୍ପିକର ସୁବିଧା ରହିଛି। ସେହିପରି ହୁଆୱି ୱାଚ୍-୨ରେ ବ୍ଲୁ ଟୁଥ୍ କଲିଂ, ଭଏସ୍ ସର୍ଭିସ୍, ମ୍ୟୁଜିକ୍ ପ୍ଲେ ବ୍ୟାକ୍, ମ୍ୟାପ୍ ନାଭିଗେସନ୍, ହାର୍ଟ ରେଟ୍ ସେନସର୍ ଆଦି ସୁବିଧା ରହିଛି।
ଟପ ୫ ହାଇବ୍ରିଡ୍ ସ୍ମାର୍ଟଓ୍ଵାଚ୍
ଶ୍ରେଷ୍ଠ ୫ ହାଇବ୍ରିଡ୍ ସ୍ମାଟର୍ଓାଚ୍ ମଧ୍ୟରେ ଫୋସିଲ୍ କ୍ୟୁ ଗ୍ରାଣ୍ଟରେ ଆଣ୍ଡ୍ରଏଡ୍ ଓଏଓ୍ ୪.୪ ପ୍ଲସ୍ କିମ୍ବା ଆଇଫୋନ୍ ୫/ଆଇଓଏସ୍ ୮.୨ ସୁବିଧା ରହିଛି। ଏହା ର ଜଳପ୍ରତିରୋଧୀ କ୍ଷମତା ରହିଛି। ଏହାର ସେଣ୍ଡ୍ ନୋଟିଫିକେସନ୍ ଟେକ୍ ପିକଚର ଓ କଣ୍ଟ୍ରୋଲ୍ ମ୍ୟୁଜିକ୍ ସୁବିଧା ରହିଛି। ସେହିପରି ସାକେଜେନ୍ ହାଇବ୍ରିଡ୍ ସ୍ମାଟର୍ଓାଚ୍ରେ କୁଇକ୍ ରିଲିଜ୍ ପିନ୍, ୨୦ ଏମଏମ ବ୍ୟାଣ୍ଡ ଆଦି ରହିଛି। ମାଇକେଲ୍ କୋରସ୍ ଡଜିଟାଲ ଆକ୍ଟିଭିଟି ଟ୍ରାକର ଷ୍ଟାଇଲିସ୍ ୱାଚ୍ ପର୍ଲ ଭଳି ପିଙ୍କ୍ ରଙ୍ଗରେ ଉପଲବ୍ଧ। ଏହାର ଟ୍ରାକର ସୁବିଧା ଆପଲ୍ ଓ ଆଣ୍ଡ୍ରଏଡ୍ ଦ୍ୱାରା ପର୍ଯ୍ୟବେଶିତ। ଏଥିରେ ମ୍ୟୁଜିକ୍ ପ୍ଲେ ସୁବିଧା ରହିଛି। ଡିଜେଲ୍ ଅନ୍ ହାଇବ୍ରିଡ୍ ସ୍ମାଟର୍ଓାଚ୍ରେ ଷ୍ଟେନଲେସ୍ ଷ୍ଟିଲ୍ କେସ୍ ବ୍ଲାକ୍ ଆଇପି ଟପ୍ ରିଙ୍ଗ୍, କଳା ରେଦର ପ୍ୟାଡ୍ ଷ୍ଟ୍ରାପ୍, ବତଲୁଟୁଥ୍ ଏବଂ ଅନ୍ୟ ଆପ୍ ଆଦି ରହିଛି। ସେହିପରି ଏମ୍ପୋରିଓ ଅରମାନୀ କନେକ୍ଟେଡ୍ ହାଇବ୍ରିଡ୍ ସ୍ମାଟର୍ଓାଚ୍ରେ ସହଜ ପ୍ରୋଗାମିଂ ଷ୍ଟିଲ୍ ବ୍ରେସଲେଟ୍ ସୁବିଧା ଆଦି ରହିଛି। ଏଥିରେ ହାଇଟେକ୍ ଟଚ୍ ସ୍କ୍ରିନ୍ ଟ୍ରାକ୍ ଆକ୍ଟିଭିଟି ସୁବିଧା, ବ୍ଲୁଟୁଥ୍ ସୁବିଧା ଆଦି ରହିଛି।