ନୂଆଦିଲ୍ଲୀ: କରୋନା ପରେ ପରେ ଏବେ ଅନେକ କମ୍ପାନିରେ ଛଟେଇ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଶାଳ ଇ-କମର୍ସ କମ୍ପାନି ଆମାଜନ ମଧ୍ୟ ପଛରେ ରହିନାହିଁ। ଗତ କିଛି ଦିନ ହେବ ଆମାଜନ ନିଜ କର୍ମଚାରୀମାନଙ୍କୁ ଛଟେଇ କରୁଥିବାରୁ ସେମାନଙ୍କ ଉପରେ ଏବେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ସୋସିଆଲ ମିଡିଆରେ ଆମାଜନର ଅନେକ କର୍ମଚାରୀ ନିଜ ଦୁଃଖ ବଖାଣୁଥିବା ବେଳେ ଏବେ କେନିଆର ଜଣେ ବ୍ୟକ୍ତି ନିଜର ଦୁଃଖ ବଖାଣିଛନ୍ତି। ଆମାଜନ, ଚାକିରିରୁ ଛଟେଇ କରିବା ପରେ ତାଙ୍କ ଉପରେ କ’ଣ ବିତୁଛି, ତାହା କହିଛନ୍ତି ଟମ ମ୍ବୋୟା ଓପିଓ।

Advertisment

ଲିଙ୍କଡ ଇନରେ ନିଜ କାହାଣୀ ବିଷୟରେ ଜଣାଇ ଟମ ମ୍ବୋୟା ଲେଖିଛନ୍ତି, ଆମାଜନରେ ଚାକିରି ପାଇଁ ତାଙ୍କୁ ୟୁରୋପ ଯିବାର ଥିଲା। କମ୍ପାନି ପକ୍ଷରୁ ନୋଟିସ ମିଳିବା ପରେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ ଟମ। ଏପରିକି ସେ ତାଙ୍କ ଘରୋଇ ସାମଗ୍ରୀ, କାର୍ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ବିକ୍ରି କରିଥିଲି। ଏହା ସହ ବିଦେଶ ଯିବା ପାଇଁ ସେ ବ୍ୟାଗ ପ୍ୟାକ୍ କରିସାରିଥିଲେ। କିନ୍ତୁ ୟୁରୋପକୁ ଉଡ଼ାଣ କରିବାର ୪ଦିନ ପୂର୍ବରୁ ତାଙ୍କ ପାଖକୁ କିଛି ଏଭଳି ମେସେଜ ଆସିଥିଲା, ଯାହାକୁ ପଢ଼ି ଟମଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଆପଣଙ୍କୁ ଚାକିରିରୁ ଛଟେଇ କରାଯାଇଥିବାର ମେସେଜ ଆମାଜନ ପକ୍ଷରୁ ପାଇ ନିଜ ଆଖିକୁ ଟମ ମ୍ବୋୟା ଓପିଓ ବିଶ୍ବାସ କରିପାରିନଥିଲେ।

କମ୍ପାନିର ବ୍ୟବସାୟରେ ପରିବର୍ତ୍ତନ ହେତୁ ସେ ଚାକିରି ହରାଇଛନ୍ତି ବୋଲି ଆମାଜନ ଦ୍ବାରା ଟମ ମ୍ବୋୟା ଓପିଓଙ୍କୁ ସୂଚନା ଦିଆଯାଇଥିଲା। ଏହି ଗୋଟିଏ ମେସେଜ ଟମଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା।