ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ : ଆଜି ଆସୁଛନ୍ତି ଅମ୍ବାନୀ, ଆଦାନୀ

ଭୁବନେଶ୍ବର : ଦେଶ ବିଦେଶର ପ୍ରମୁଖ ଶିଳ୍ପପତି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବାକୁ ଆସନ୍ତାକାଲି ଭୁବନେଶ୍ବର ଆସୁଛନ୍ତି। ‌ଜନତା ମଇଦାନରେ ପୂର୍ବାହ୍ନ ୧୦ଟା ୩୦ରେ ପ୍ଲେନାରି ଅଧିବେଶନ ଓ ବିଜନେସ୍ ଲିଡରସିପ ସମ୍ମିଳନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଧିବେଶନକୁ ଉଦଘାଟନ କରିବେ। ଏଥିରେ ଦେଶବିଦେଶର ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ ଯୋଗଦେବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଷ୍ଟାର୍‌ ବକ୍ତା ଭାବେ ଯୋଗଦେବେ। ସମ୍ମିଳନୀରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ, ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍, ବେଦାନ୍ତ ରିସୋର୍ସେସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅଧ୍ୟକ୍ଷ ନବୀନ ଜିନ୍ଦଲ,ଓସିଏଲ ଗ୍ରୁପ ଏମଡି ପୁନୀତ ଡାଲମିଆଁ, ଜେଏସଡବ୍ଲ୍ୟୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧାରୀ, ଇମାମୀ ପ୍ରତିଷ୍ଠାତା ଆର ଏସ ଗୋ‌ଏଙ୍କା, ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର, ଓୟୋ ରୁମ୍ସ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ, ଭାରତୀୟ ତୈଳ ନିଗମ ଅଧ୍ୟକ୍ଷ ସଞ୍ଜୀବ ସିଂହ‌, ନାଲକୋ ସିଏମଡି ଡ. ଟି. କେ. ଚାନ୍ଦ, ବନ୍ଧନ ବ୍ୟାଙ୍କ ଏମଡି ଚନ୍ଦ୍ରଶେଖର ଘୋଷ, ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ ସିଏମଡି ଆର. ମାଧବନ, ଫିକି ସଭାପତି ସନ୍ଦୀପ ସୋମାନି, ଆଇଟିସି ଲିମିଟେଡ ଅଧ୍ୟକ୍ଷ ୱାଇ ସି ଦେବେଶ୍ବର, ଆପୋଲୋ ହସ୍ପିଟାଲ୍ସର ଯୁଗ୍ମ ଏମଡି ସଙ୍ଗୀତା ରେଡ୍ଡୀ, ଜେକେ ପେପର ଲିମିଟେଡର ଉପାଧ୍ୟକ୍ଷ ତଥା ଏମଡି ହର୍ଷପତି ସିଂଘାଣିଆ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଆଜି କ’ଣ

ସକାଳ ୧୦ଟା ୩୦ରେ ପ୍ଲେନାରୀ ଅଧିବେଶନ ଓ ବିଜନେସ ଲିଡରସିପ୍ ସମ୍ମିଳନୀ, ୩ଟାରୁ ୫ଟା ପର୍ଯ୍ୟନ୍ତ ଜାପାନ ସେମିନାର, ଖାଦ୍ୟ ପ୍ରକ୍ରିୟାକରଣ, ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟସିଟି, ଲଜିଷ୍ଟିକ୍ ଓ ଭିତ୍ତିଭୂମି ଉପରେ ଅଧିବେଶନ, ପର୍ଯ୍ୟଟନ ପୁଞ୍ଜିନିବେଶ ସେମିନାର, ସଂଧ୍ୟା ୫ଟା ୩୦ରୁ ୭ଟା ୩୦ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଏକ୍ସିଲେନ୍ସ କାର୍ଯ୍ୟକ୍ରମ (କ୍ରୀଡ଼ା) ପାଇଁ ଏମଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମ

ସମ୍ବନ୍ଧିତ ଖବର