ନୂଆଦିଳ୍ଲୀ: ଝିଅ ଇଶା ଅମ୍ବାନୀଙ୍କ ଖୁସିରେ ଶିଳ୍ପପତି ମୁକେଶ ଅମ୍ବାନୀ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଦେଖୁଦେଖୁ ମୁକେଶଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।
କୁହାଯାଉଛି ଇଶା ଓ ତାଙ୍କ ସ୍ବାମୀ ଆନନ୍ଦ ପିରାମଲ ଘରେ ଏକ ବଡ଼ ଭୋଜିର ଆୟୋଜନ କରିଥିଲେ।ଏଥିପାଇଁ ଇଶା ବି ତାଙ୍କ ବାପଘର ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଇଶାଙ୍କ ନିମନ୍ତ୍ରଣ ରକ୍ଷା କରି ପୁରା ଆମ୍ବାନୀ ପରିବାର ଝିଅର ଖୁସିରେ ସାମିଲ ହେବାକୁ ପହଞ୍ଚିଥିଲେ।
ଏହି ସମୟରେ ମୁକେଶଙ୍କ ସହିତ ପତ୍ନୀ ନିତା ଅମ୍ବାନୀ, ବଡ଼ ପୁଅ ଅକାଶ ଓ ବୋହୂ ଶ୍ଳୋକା ଓ ତାଙ୍କ ନାତିଙ୍କୁ ବି ଦେଖିବାକୁ ମିଳିଥିଲା। ଏ ସମସ୍ତେ ଏକାଠି ଇଶାଙ୍କ ଘରେ ପହଞ୍ଚିଥିବାରୁ ସମସ୍ତଙ୍କ ମୁଖରେ ବେଶ ଖୁସି ଭରି ରହିଥିବା ନିକଟରେ ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା। ଏହି ଫଟୋକୁ ଦେଖିବା ପରେ ଅମ୍ବାନୀଙ୍କ ପ୍ରଶଂସକ ବେଶ ଖୁସି ହୋଇଛନ୍ତି।
ବ୍ୟସ୍ତବହୁଳ ସମୟ ଭିତରେ ଆଜିକାଲି ପରିବାରଲୋକଙ୍କୁ ଏକାଠି ଦେଖିବାକୁ ବହୁତ କମ ମିଳିଥାଏ। ଏହି କ୍ରମରେ ଅମ୍ବାନୀ ପରିବାର ଏକାଠି ଖୁସିରେ ଇଶାଙ୍କ ଘରେ ପହଞ୍ଚିବାକୁ ନେଇ ଚର୍ଚ୍ଚା କରାଯାଉଥିବା ସହିତ ଏତେ ବଡ଼ଲୋକ ହୋଇଥିଲେ ବି ପରିବାରଲୋକଙ୍କ ପାଇଁ ସେମାନେ ସମୟ ବାହାର କରିପାରୁଛନ୍ତି ବୋଲି କୁହାଯାଉଛି।
ଯାହାକି ଅମ୍ବାନୀ ପରିବାର ଠାରୁ ବହୁତ କିଛି ଶିଖିବାକୁ ହେବ ବୋଲି ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/ambani-f.jpg)