ଗୁଗଲ ଟ୍ରାନ୍ସଲେଟରରେ ଅମ୍ବାନୀ ଲେଖିଲେ ଶବ୍ଦର ଅର୍ଥ ଆସୁଛି ‘ଆଇ ହାବ୍‌ ମନି’

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଅବା କିଏ ନ ଜାଣେ ? ଭାରତର ଜଣାଶୁଣା କୋଟିପତି ବ୍ୟକ୍ତିତ୍ୱଙ୍କ ମଧ୍ୟରେ ତାଙ୍କ ନାଁ ଆସୁଥିବା ବେଳେ ଏବେ ସେ ୩,୮୦,୭୦୦କୋଟି ମାଲିକ ବୋଲି ଜଣାପଡ଼ିଛି । ତେବେ ସେ ଧନୀ ବୋଲି କେବଳ ବିଶ୍ୱର ଲୋକେ ନୁହନ୍ତି ଅନ୍‌ଲାଇନ୍‌ ଗୁଗଲ୍ ଟ୍ରାନ୍ସଲେଟର ମଧ୍ୟ ଜାଣିଥିବା ବୋଲି ଦେଖାଯାଇଛି ।

Ambani
indiatimes.com

ସୂଚନା ମୁତାବକ, ଲୋକେ କୌଣସି ଇଂରାଜୀ ଭାଷାର ଅର୍ଥ ଜାଣିବା ପାଇଁ ଗୁଗଲ ଟ୍ରାନ୍ସଲେଟର ବ୍ୟବହାର କରିଥାନ୍ତି । ପ୍ରାୟ ସବୁ ଇଂରାଜୀ ଶବ୍ଦର ଅର୍ଥ ଏଠି ମିଳି ଯାଇଥାଏ । ତେବେ ଏଠାରେ ଅମ୍ବାନୀ ଲେଖିବା ପରେ ତାହାର ଅର୍ଥ ‘ଆଇ ହାବ୍‌ ମନି'(ମୋ ପାଖରେ ଟଙ୍କା ଅଛି) ବୋଲି ଦେଖାଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ରେଡ୍ଡିଟ୍‌ ବ୍ୟବହାରକାରୀ ଗୁଗଲ ଟ୍ରାନ୍ସଲେଟରର ଏଭଳି ଅନୁବାଦର ଫଟୋ ସେୟାର କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପ୍ରକୃତ କଥା ହେଲା ଗୁଗଲ ଟ୍ରାନ୍ସଲେଟରରେ ରୋମାନିଆନ୍‌ ଶବ୍ଦରୁ ଇଂରାଜୀକୁ ଅନୁବାଦ କଲେ ଅମ୍ବାନୀର ଅର୍ଥ ଆଇ ହାବ୍‌ ମନି ଆସୁଛି । କାରଣ ରୋମାନିଆନ୍‌ ଭାଷାରେ ବାନୀର ଅର୍ଥ ଟଙ୍କା । ରୋମାନିଆନ୍‌ ଭାଷାରେ ‘ଆଇ ହାବ୍‌ ମନି’କୁ ‘ଏଏମ୍‌ ବାନୀ’ ବୋଲି କୁହାଯାଏ । ସେଥିପାଇଁ ଅମ୍ବାନୀ ଲେଖିଲେ ଏହାର ଅର୍ଥ ‘ଆଇ ହାବ୍‌ ମନି’ ଆସୁଛି ।

ସମ୍ବନ୍ଧିତ ଖବର