ଆମ୍ବୁଲାନ୍ସରେ କରୋନା ଆକ୍ରାନ୍ତଙ୍କୁ ବୋହି ନିଅନ୍ତି, ଶ୍ମଶାନରେ ନିଜେ ଗାତ ଖୋଳି ମୃତଦେହକୁ ମାଟି ତଳେ ପୋତନ୍ତି

ଶ୍ରୀନଗର: ଯେଉଁଠି କରୋନା ଭୟରେ ନିଜ ଲୋକଙ୍କୁ ବି ପର କରି ଦେଉଛନ୍ତି ପରିବାର ଲୋକ ସେଠି ଅଜଣା କରୋନା ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସରେ ବୋହି ଚର୍ଚ୍ଚା ପାଲଟିଛନ୍ତି ଶ୍ରୀନଗରର ଜଣେ ଆମ୍ବୁଲାନ୍ସ ଚାଳକ। ଏହି ମହାନ ବ୍ୟକ୍ତି ଜଣକ ହେଉଛନ୍ତି ଜାମେଲ୍‌ ଅହମ୍ମଦ। ସେ କରୋନାରେ ଶିକାର ହୋଇ ମରି ଯାଉଥିବା ଆକ୍ରାନ୍ତମାନଙ୍କୁ ଆମ୍ବୁଲାନ୍ସରେ ବୋହି ନେଇ ଶ୍ମଶାନରେ ପହଞ୍ଚାଉଛନ୍ତି। କେବଳ ସେତିକି ନୁହେଁ, କେହି ମୃତକଙ୍କ ସଂପର୍କୀୟ ଯଦି କରୋନା ଭୟରେ ମୃତଦେହ ପାଖକୁ ଆସନ୍ତି ନାହିଁ, ତେବେ ନିଜେ ଗାତ ଖୋଳି ମୃତକଙ୍କୁ ମ‌ାଟି ତଳେ ପୋତିଥାନ୍ତି ଜାମେଲ୍‌।

ସେ ଏବେ ସୁଦ୍ଧା କରୋନାରେ ପ୍ରାଣ ହରାଇଥିବା ପ୍ରାୟ ୭୦ ରୁ ୮୦ ଜଣ ମୃତକଙ୍କୁ ଶ୍ମଶାନକୁ ନେଇ ସାରି‌ଲେଣି। ଆପଣ ଜାଣିଥିବେ ନିଶ୍ଚୟ ଯେ କଶ୍ମୀରରେ ହୋଇଥିବା ୩୦୨ କରୋନା ଜନିତ ମୃତ୍ୟୁରୁ କେବଳ ଶ୍ରୀନଗରରୁ ଅଛନ୍ତି ୮୫ ଜଣ।

www.newindianexpress.com

ଜାମେଲ୍‌ ଏକ ଗଣମାଧ୍ୟମରେ ନିଜର ସାକ୍ଷାତ୍‌କାର ଦେଇ କହନ୍ତି, ‘କେବଳ ମୃତକ ନୁହଁନ୍ତି ମୁଁ ଜୀବିତ ଆକ୍ରାନ୍ତମାନଙ୍କୁ ବି ହସ୍ପିଟାଲ୍‌ ନେଇଥାଏ। ମୋ ଆମ୍ବୁଲାନ୍ସକୁ ଏବେ କେବଳ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସେବା ସକାଶେ ନିୟୋଜିତ କରାଯାଇଛି। ଆମ୍ବୁଲାନ୍ସ ଶବ୍ଦ ଶୁଣିଲେ ଅନେକ ସମୟରେ ଶ୍ମଶାନରେ ଥିବା ଶବ ଦାହକ ଭୟରେ ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇ ଯାଇଥାନ୍ତି। କୋଭିଡ୍‌-୧୯ ଜନିତ ମୃତକଙ୍କୁ ନେଇ ଏଠାକୁ ଆସନ୍ତୁ ନାହିଁ ବୋଲି କହନ୍ତି। ଫ‌ଳରେ ବେଳେ ବେଳେ‌ ମୋତେ ଗାତ ଖୋଳି ମୃତଦେହକୁ ପୋତିବାକୁ ପଡ଼େ।’

ସମ୍ବନ୍ଧିତ ଖବର