ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ବିଭାଗ ଅଧିକାରୀ ରାସ୍ତାରେ ଏକ ୫୦ଫୁଟ ସୁଢ଼ଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଯାହାକୁ ଅଧିକାରୀ ସିଙ୍କ୍ହୋଲ୍ ଭାବି ହାଲ୍କା ଭାବେ ନେଉଥିଲେ। ଅସଲରେ ତାହା ଏକ ସୁଡଙ୍ଗ ଥିଲା।
ବ୍ୟାଙ୍କ ନିକଟରେ ଏକ ଗାତ ଦେଖି ଏହାର ତଦନ୍ତ କରାଯାଇଥିଲା । ତଦନ୍ତରେ ଜଣାପଡିଥିଲା ଚୋରି ପାଇଁ ଚୋରମାନେ ଏଭଳି ଉପାୟ ଆପଣେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କରେ କୌଣସି ଚୋରି ହୋଇ ନାହିଁ । ଏପରିକି ଏହି ଘଟଣାରେ ପୁଲିସ କାହାକୁ ଗିରଫ ମଧ୍ୟ କରିନାହିଁ । ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଘଟଣାର ଖୋଳତାଡ କରୁଛି ।
/sambad/media/post_attachments/wp-content/uploads/2019/01/download-2-62-300x168.jpg)
ଏଫବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରେମବ୍ରୋକପାଇନ୍ସରେ ଥିବା ଚେସ୍ ବ୍ୟାଙ୍କରୁ ଟଙ୍କା ଲୁଟ୍ ପାଇଁ ଚୋରମାନେ ଏକ ସ୍ମାର୍ଟ ଉପାୟ ଆପଣାଇଥିଲେ। ଚୋରି ବିଷୟରେ କେହି ଯେମିତି ସୁରାକ ନ ପାଆନ୍ତି। ସେଥିପାଇଁ ସେମାନେ ବ୍ୟାଙ୍କଠାରୁ ୪୫ ମିଟର ଦୂରରେ ଏହି ସୁଡଙ୍ଗ ଖୋଲିଥିଲେ । ସୁଡଙ୍ଗରେ ବିଜୁଳି ବିତରଣ ପାଇଁ ତାର ଲଗା ଯାଇଥିଲା। ଏହା ଭିତରେ ଏକ ଜେନେରେଟର ବି ମହଜୁଦ ଥିଲା। ସୁଡଙ୍ଗର ଚଉଡା ତିନି ଫୁଟ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/31_01_2019-sinkhole-tunnel_18906245.jpg)