ଗାଁର ଜଣେ ଶ୍ରମିକଙ୍କୁ ବିବାହ କରିବା ପାଇଁ ଆମେରିକାରୁ ଘର, ପରିବାର ଓ ଚାକିରି ଛାଡ଼ି ଚାଲି ଆସିଲେ ଯୁବତୀ

ନୂଆଦିଲ୍ଲୀ: ଭଲ ପାଇବାର ଅର୍ଥ କ’ଣ ହୋଇଥାଏ,  ତାହାକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାର କଥା କହିଥାଆନ୍ତି। ଭଲ ପାଇବାକୁ ନେଇ ଆମେରିକାରେ ରହୁଥିବା କେଲି ଜୟ ବାନୟୋନି କହିଛନ୍ତି, ‘ଭଲ ପାଇବା ମୋ ପାଇଁ ତ୍ୟାଗ।’

କାରଣ ଭଲ ପାଇବା ପାଇଁ ଚାକିରି, ଘର, ପରିବାର, ଦେଶ ସବୁକିଛି ଛାଡ଼ି କେଲି ଏକ ଗ୍ରାମରେ ରହୁଥିବା ଯୁବକଙ୍କୁ ବିବାହ କରିଛନ୍ତି। ଆଉ ଆମେରିକାରୁ ଗ୍ରାମକୁ ପଳାଇ ଆସିଛନ୍ତି। କେଲି ଯେଉଁ ଯୁବକଙ୍କୁ ବିବାହ କରିଛନ୍ତି ସେ ଜଣେ ଶ୍ରମିକ ଭାବେ କାମ କରନ୍ତି।

କେଲି ଜୟ କହିଛନ୍ତି, ‘ଅଲବର୍ଟଙ୍କୁ ମୁଁ ବହୁତ ଭଲ। ଅଲବର୍ଟ ରହୁଥିବା ସ୍ଥ‌ାନକୁ ଥରେ ଧର୍ମ ପ୍ରଚାର ପାଇଁ ଆସିଥିଲି। କାହିଁକି କେଜାଣି ଅଲବର୍ଟଙ୍କୁ ଦେଖି ନିଜର ନିଜର ଲାଗିଥିଲା। ପ୍ରଥମ ଦେଖାରୁ ହିଁ ମୁଁ ତାଙ୍କୁ ମନ ଦେଇ ବସିଥିଲି। କିନ୍ତୁ ୩ମାସ ପର୍ଯ୍ୟନ୍ତ ମୁଁ ଏହାକୁ ପ୍ରକାଶ କରି ପାରି ନଥିଲି। କାରଣ ଭାଷାଗତ ସମସ୍ୟା ରହିଥିଲା।  ପରେ ମନରେ ସ‌ାହାସ ବାନ୍ଧି ଅଲବର୍ଟଙ୍କୁ ନିଜ ମନର କଥା ଜଣାଇଥିଲି। କିଛିଦିନର କଥାବାର୍ତ୍ତା ପରେ ଅଲବର୍ଟ ମୋର ପ୍ରସ୍ତାବକୁ ସ୍ବୀକାର କରିଥିଲେ। ବିବାହ ପରେ ଆମର ଦୁଇଟି ସନ୍ତାନ ଅଛନ୍ତି। ସେମାନଙ୍କ ସହ ଆମେ ହସଖୁସି‌ରେ ଗାଁରେ ରହୁଛୁ।’

 

 

 

ସମ୍ବନ୍ଧିତ ଖବର