ନୂଆଦିଲ୍ଲୀ: ପିଲାଟି ଦିନରୁ ଆମେ ଶୁଣି ଆସୁଛୁ କି ମିଛ କହିବା ମହାପାପ ହୋଇଥାଏ। କିନ୍ତୁ ପରିସ୍ଥିତିକୁ ଦେଖି ସମୟ ସମୟରେ ମିଛ କହିବାକୁ ପଡ଼ିଥାଏ। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ନିଜ ଆଇଫୋନକୁ ବଞ୍ଚାଇବାକୁ ଯାଇ ମିଛ କହିଛନ୍ତି। ସେ ଏହି ଘଟଣାକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଭାଇରାଲ ହୋଇଯାଇଛି। ଏହି ପୋଷ୍ଟକୁ ମେଡି ନାମକ ଟିକଟକ ଆକାଉଣ୍ଟରେ ସେୟାର କରାଯାଇଛି।
ଟିକଟକ ଷ୍ଟାର କହିଛନ୍ତି, ସେ ଦିନେ ତାଙ୍କ ନୂଆ ଆଇଫୋନ ଧରି ଘରକୁ ଫେରୁଥିଲେ। ଏହି ସମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କ ପିଛା କରୁଥିବା ସେ ଜାଣିବାକୁ ପାଇଥିଲେ। ଆଉ ବ୍ୟକ୍ତିଙ୍କ ଗତିବିଧି ଦେଖି ସନ୍ଦେହ କରିଥିଲେ କି ତାଙ୍କ ଉପରେ ଉକ୍ତ ବ୍ୟକ୍ତ ଜଣକ ଆକ୍ରମଣ କରିପାରେ। ତାଙ୍କୁ ଲାଗିଲା କି ସନ୍ଦିଗ୍ଧ ବ୍ୟକ୍ତି ଜଣକ ତାଙ୍କ ଆଇଫୋନ ଚୋରି କରି ଫେରାର ହେବାର ଲକ୍ଷ୍ୟ ରଖିଛନ୍ତି।
ମେଡି କହିଥିଲେ ଏହି ବ୍ୟକ୍ତି ଜଣକ ମୋତେ ପଚାରିଥିଲେ କି ମୁଁ ଧରିଥିବା ବ୍ୟାଗରେ କ’ଣ ଅଛି। ଏହାପରେ ମୁଁ ଭୟଭୀତ ହୋଇଯାଇଥିଲି। ମନକୁ ଦୃଢ଼ କରି ଦମ୍ଭର ସହ କହିଥିଲି, କାଇଁ କ’ଣ ହେଲା କି, ଏଥିରେ ମୋ ମା’ର ଅସ୍ଥି ଅଛି। ଏପରି କଥା ଶୁଣି ଚୋର ଜଣକ ଘଟଣାସ୍ଥଳରୁ ଚାଲି ଯାଇଥିଲା।
ମେଡି ଟିକଟକ ଆକାଉଣ୍ଟରେ ପାଖାପାଖି ୨୦ଲକ୍ଷରୁ ଅଧିକ ଫଲୋୟୋର୍ସ ରହିଥିବା ବେଳେ ସେ ସେୟାର କରିଥିବା ଏହି ଭିଡିଓକୁ ୨.୩ କୋଟିରୁ ଅଧିକ ଥର ଦେଖା ଯାଇସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/Mothers-Asthi-in-iPhone-Box_Thumbnail.jpg)