ନୂଆଦିଲ୍ଲୀ: ଅର୍ଥରୋଜଗାରର ବିଭିନ୍ନ ମାଧ୍ୟମ ରହିଛି। ସମୟସମୟରେ ଲୋକଙ୍କ ମଧ୍ୟରେ ଅର୍ଥରୋଜଗାର ପାଇଁ ଥିବା ପ୍ରତିଭାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏହି କ୍ରମରେ ଆମେରିକାରେ ରହୁଥିବା ଜଣେ ମହିଳା ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଲୋକ ଫିଙ୍ଗି ଦେଉଥିବା ପୁରୁଣା ସାମଗ୍ରୀକୁ ସଂଗ୍ରହ କରି ତାକୁ ଏକ ନୂଆ ରୁପ ଦେଇ ବିକ୍ରି କରିବାର ବ୍ୟବସାୟ ଆରମ୍ଭ କରିଛନ୍ତି। ଏହି ବ୍ୟବସାୟରୁ ସେ ମୋଟା ଅଙ୍କର ଅର୍ଥ ରୋଜଗାର କରି ପାରୁଛନ୍ତି।
ଏହି ମହିଳାଙ୍କ ନାମ ମୋଲି ହେରିସ। ହେରିସ କୁହନ୍ତି, ‘ପ୍ରାୟ ତିନିବର୍ଷ ପୂର୍ବେ ପଡ଼ିଶାଲୋକ ରାସ୍ତାରେ ଖରାପ ହୋଇଯାଇଥିବା ଆସବାବପତ୍ରକୁ ଫିଙ୍ଗି ଦେଇଥିଲେ। ଯାହାକୁ ମୁଁ ସଂଗ୍ରହ କରି ଘରକୁ ନେଇ ଆସିଥିଲି। ଏହାପରେ ସ୍ବାମୀଙ୍କ ସାହାଯ୍ୟରେ ଉକ୍ତ ଖରାପ ସାମଗ୍ରୀଗୁଡ଼ିକୁ ସଜାଡ଼ି ନୂଆ ରୁପ ଦେଇଥିଲି।
ଏପରି ଭାବେ ମୁଁ ରାସ୍ତାରେ ପିଙ୍ଗା ଯାଇଥିବା ଖରାପ ସାମଗ୍ରୀକୁ ସଂଗ୍ରହ କରି ଘରକୁ ଆଣି ତାକୁ ନୂଆ ରୁପ ଦେବା କାମ ଆରମ୍ଭ କଲି। ଏହାର ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲି। ଦେଖିଲି ଲୋକେ ମୋ କାମକୁ ବହୁତ ପସନ୍ଦ କରିବା ସହିତ ମୋ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ କ୍ରୟ କରିବାକୁ ଚାହିଁଥିଲେ। ମୁଁ ବି ତାହାକୁ ବିକ୍ରି କରି ବେଶ ଦୁଇପଇସା ରୋଜଗାର କରି ପାରିଲି। ଦେଖୁଦେଖୁ ମୋ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କ ଚାହିଦା ବଢ଼ିଲା।
ଏପରି ସାମଗ୍ରୀ ବିକ୍ରି କରି ମୁଁ ସପ୍ତାହକୁ ଏବେ ୪୧,୭୫୧ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛି। ଦେଖିବାକୁ ଗଲେ ଏହି ରୋଜଗାର ମୋର ବର୍ଷକୁ ୧,୬୭,୦୦୫ଟଙ୍କାରେ ପହଞ୍ଚି ଯାଇଉଛି।