ଅଧିକ ମା˚ସ ଭୋଜନ ମଣିଷର ସ୍ବାସ୍ଥ୍ୟ ତଥା ପରିବେଶ ପାଇଁ କ୍ଷତିକାରକ। ଏହା ସତ୍ତ୍ବେ ମା˚ସର ଚାହିଦା ଅପରିବର୍ତ୍ତିତ ରହିଛି। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଆମେରିକାନ୍ମାନେ ଏବେ ମାଂସ ଭୋଜନରେ ବିଶ୍ୱରେ ଆଗୁଆ। ସେଠାରେ ବାର୍ଷିକ ମୁଣ୍ଡ ପିଛା ହାରାହାରି ମାଂସ ଭୋଜନର ପରିମାଣ ୯୮.୬ କିଲୋଗ୍ରାମ୍। ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆନ୍ମାନେ ଅଛନ୍ତି(୯୪.୬୧ କିଲୋ)। ତଳକୁ ତଳ ଅଛନ୍ତି: ଆର୍ଜେଣ୍ଟିନିଆନ୍(୯୧.୪୦ କିଲୋ), ଉରୁଗ୍ବେଆନ୍ (୮୧.୦୪ କିଲୋ), ଇଜ୍ରାଏଲୀ (୮୦.୩୫ କିଲୋ), ବ୍ରାଜିଲିଆନ୍ (୭୮.୬୦ କିଲୋ), ନିଉ ଜିଲାଣ୍ତିଆନ୍ (୭୨.୧୪ କିଲୋ), ଚିଲିଆନ୍ (୭୧.୯୭ କିଲୋ), କାନାଡିଆନ୍ (୬୯.୯୯ କିଲୋ)। ଏସିଆ ମହାଦେଶରେ ଅରବୀମାନେ ମାଂସ ଭୋଜନରେ ଆଗୁଆ(୫୪.୦୫ କିଲୋ)। ଆମ ଦେଶରେ ବାର୍ଷିକ ମୁଣ୍ଡ ପିଛା ହାରାହାରି ମାଂସ ଭୋଜନର ପରିମାଣ ୩.୧୬ କିଲୋଗ୍ରାମ୍।
ଆମେରିକାନ୍ମାନେ ଏବେ ମାଂସ ଭୋଜନରେ ବିଶ୍ୱରେ ଆଗୁଆ
/sambad/media/post_attachments/wp-content/uploads/2019/11/meat.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)