ନୂଆଦିଲ୍ଲୀ: କରନାଲ କାଚ୍ଛବା ଗ୍ରାମରେ ରହୁଥିବା ଚାଷୀ ଇଶ୍ବର କୁମାରଙ୍କ ଚାଷକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏହି ଚାଷ ଜମିରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଛନ୍ତି। ସମୟ ସହିତ ତାଙ୍କର ଲାଭ ବି ବୃଦ୍ଧି ପାଇବାରେ ଲାଗିଛି। ଇଶ୍ବରଙ୍କ ଚାଷ ଜମିକୁ ଦେଖିବା ପାଇଁ ରାଜ୍ୟ ବାହାରୁ ଲୋକେ ଆସି, ଚାଷ କରିବା କୌଶଳ ତାଙ୍କ ଠାରୁ ଶିଖି ଯାଉଛନ୍ତି।

Advertisment

ଇଶ୍ବରଙ୍କ କହିବାନୁସାରେ, ‘ମୁଁ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲି। ଏହି କମ୍ପାନିରୁ ମିଳୁଥିବା ପାରିଶ୍ରମିକରେ ଘର ଚଳିବା କଷ୍ଟ ହେଉଥିଲା। ଏଭଳି ସମୟରେ ଏକ ପ୍ରଦର୍ଶନୀ ଲାଗିଥିଲା। ଏହି ପ୍ରଦର୍ଶନୀରେ ପିଜୁଳି ଚାଷ ପାଇଁ ଲାଗିଥିବା ଏକ ଷ୍ଟଲରେ ଲୋକଙ୍କୁ  ଚାଷ ବିଷୟରେ ବୁଝା ଯାଉଥିଲା। ଏଥିରୁ ମୁଁ ପିଜୁଳି ଚାଷ ବିଷୟରେ ଜାଣିବାକୁ ପାଇଥିଲି।

ତେଣୁ ମୁଁ ଏହି ଚାକିରି ଛାଡ଼ି ଚାଷ କାମ କରିବା ପାଇଁ ମନବଳାଇ ଥିଲି। ଆଉ ୨୦୧୯ ଜୁଲାଇ ୬ରେ ପିଜୁଳି ଚାଷ କରିବା ଆରମ୍ଭ କରିଥିଲି। ଏଥିରେ ମୋ ଭାଗ୍ୟ ବି ମୋତେ ସାତ ଦେଇଥିଲା। ଚାଷ କାମ ଆରମ୍ଭ କରିବା ସମୟରେ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ପ୍ରଥମ ଥର ୨.୫୦ଲକ୍ଷ ଟଙ୍କାର ପିଜୁଳି ବିକ୍ରି ହୋଇଥିଲା। ସେହିପରି ଆଗାମୀ ଦିନରେ ପିଜୁଳି ଚାଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥିଲା। ଧୀରେଧୀରେ ଏହି ଚାଷରୁ ମୋତେ ଭଲ ଲାଭ ମିଳୁଛି। ମୋର ପରିବାର ବି ହସଖୁସିରେ ଚଳୁଛି।’