ସମୁଦ୍ର ଭିତରେ ପରିତ୍ୟକ୍ତ ସହର

ଜାପାନ୍‌ର ନାଗାସାକି ବନ୍ଦରଠାରୁ ପନ୍ଦର କିଲୋମିଟର‌୍‌ ଦୂରରେ ହାସିମା ଦ୍ବୀପ ଅବସ୍ଥିତ। ସମୁଦ୍ର ଗର୍ଭରୁ କୋଇଲା ଖନନ ନିମନ୍ତେ ୧୮୯୦ରେ ‘ମିତ୍‌ସୁଵିସି କ˚ପାନି’ ଲିଜ୍‌ ସୂତ୍ରରେ ଏହି ଦ୍ବୀପ ପାଇଥିଲା। ଅପରାଧୀ ଓ ଯୁଦ୍ଧ ବନ୍ଦୀଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥିଲା। ସୁରକ୍ଷା କର୍ମୀ ତଥା ଶ୍ରମିକଙ୍କ ରହଣି ପାଇଁ ଘର-ଦ୍ବାର ତିଆରିକରାଯାଇଥିଲା। ତେବେ, ପ୍ରତିକୂଳ ଜଳବାୟୁ ଯୋଗୁଁ ଅନେକଙ୍କ ପ୍ରାଣ ଯାଇଥିଲା। ୧୯୭୪ରେ ହାସିମା ଦ୍ବୀପକୁ ମାନବ-ଶୂନ୍ୟ କରାଯିବା ସହ ସମସ୍ତ ପ୍ରକାରର ଖନନ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ପଞ୍ଚତିରିଶ ବର୍ଷ ପର୍ଯ୍ୟନ୍ତ ସେଠାରେ କାହାର ପାଦ ପଡ଼ି ନ ଥିଲା। ୨୦୦୯ରୁ ପରିତ୍ୟକ୍ତ ଦ୍ବୀପରେ ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଉଛି। ତେବେ, ରାତ୍ରିଯାପନ ନିଷିଦ୍ଧ।

ସମ୍ବନ୍ଧିତ ଖବର