କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଆମର ଦକ୍ଷତା ଓ କାର୍ଯ୍ୟକ୍ଷମତା ବଢ଼ାଇବା ପାଇଁ ଏକ ତୃତୀୟ ବୃଦ୍ଧାଙ୍ଗୁଳି ବିଶେଷ ସହାୟକ ହୋଇପାରିବ। ସେମାନେ ଏକ କୃତ୍ରିମ ବୃଦ୍ଧାଙ୍ଗୁଠି ଉଦ୍ଭାବନ କରିଛନ୍ତି ଯାହାକୁ ପାପୁଲିରେ ସଂଲଗ୍ନ କରି ସହଜରେ ବ୍ୟବହାର କରିହେବ। କାର୍ଯ୍ୟ ନିର୍ବାହ କରିବା ପାଇଁ କେବଳ ହାତର ଦକ୍ଷତା ଉପରେ ନିର୍ଭରଶୀଳ ଲୋକଙ୍କ ପାଇଁ ଏହା ସହାୟକ ହୋଇପାରିବ। ଦୁଇ ବର୍ଷ ତଳେ ଏକ ପ୍ରଦର୍ଶନୀରେ ଏହି ଉପକରଣଟି ୬୦୦ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ସଫଳତାର ସହ ପରୀକ୍ଷିତ ହୋଇଥିଲା। ସେମାନଙ୍କ ଭିତରୁ ୪ ଜଣଙ୍କ ଛଡ଼ା ଅନ୍ୟ ସମସ୍ତେ ଉକ୍ତ କୃତ୍ରିମ ଆଙ୍ଗୁଠିର ସଠିକ୍ ବ୍ୟବହାର କରିପାରିଥିଲେ। ଉକ୍ତ ପରୀକ୍ଷଣର ପ୍ରଥମ ଏକ ମିନିଟ୍ ଭିତରେ ୯୮ ପ୍ରତିଶତ ବ୍ୟବହାରକାରୀ ଏହି ଅତିରିକ୍ତ ବୁଢ଼ା ଆଙ୍ଗୁଠିକୁ ସଫଳତାର ସହ ବ୍ୟବହାର କରି ଭିନ୍ନଭିନ୍ନ କାର୍ଯ୍ୟ ଅଧିକ ଦକ୍ଷତାର ସହ ସମ୍ପାଦନ କରିପାରିଥିଲେ। କେମ୍ବ୍ରିଜ୍ ଗବେଷକମାନଙ୍କ ଦାବି ଅନୁସାରେ ହାତରେ କାମ କରୁଥିବା ଶ୍ରମିକମାନେ କୌଣସି ଜଟିଳ କାମ କଲାବେଳେ ହେଉ କି କୌଣସି ଶଲ୍ୟ ଚିକିତ୍ସକ ଅସ୍ତ୍ରୋପଚାର ବେଳେ ଏକକାଳୀନ ଏକାଧିକ ଉପକରଣ ଧରିବା ହେଉ, ଏହି କୃତ୍ରିମ ବୃଦ୍ଧାଙ୍ଗୁଳିଟିର କାର୍ଯ୍ୟକାରିତା ଉପାଦେୟ ସାବ୍ୟସ୍ତ ହେବ।
ଦକ୍ଷତା ବଢ଼ାଇବ କୃତ୍ରିମ ବୃଦ୍ଧାଙ୍ଗୁଳି
/sambad/media/post_attachments/wp-content/uploads/2024/06/sfhsfhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)