ଗୁଜରାଟ: ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ସୌରାଷ୍ଟ୍ର ଓ କଚ୍ଛ କ୍ଷେତ୍ରରେ ଆରମ୍ଭ ହୋଇଥିଲା । ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ପବନର ବେଗ  ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ରହିଥିଲା । ଗୁଜରାଟ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Advertisment

ତେବେ ଗୁଜୁରାଟର ଉପକୂଳ ଅଞ୍ଚଳ‌ରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିଥିବା ବେଳେ ସେଠାର ଏକ ବୃଦ୍ଧ ଦମ୍ପତି ହୱା ବାଇ ଓ ଉସ୍ମାନ ବସବାସ କରନ୍ତି। ଦମ୍ପତ୍ତି ଏହି ‘ବିପର୍ଯ୍ୟୟ’କୁ ନେଇ କହିଛନ୍ତି, ‘ଆଜ୍ଞା ଆମ ଦୁଃଖ କଥା ନପଚାରିଲେ ଭଲ। କାହିଁକି ନା ଥରେ କି ଦୁଇଥର ନୁହେଁ ତିନିଥର ବାତ୍ୟା ପାଇଁ ଆମେ ଘର ହରାଇ ଦେଇଛୁ। କଷ୍ଟରେ ଘର ତିଆରି କରୁଥିବା ବେଳେ ବାତ୍ୟା ଆମ ଘର ଭାଙ୍ଗି ଦେଉଛି। କଷ୍ଟ ଓ ଦୁଃଖ ଦେହସୁଆ ହୋଇଗଲାଣି। ତେଣୁ ଆଉ ବାତ୍ୟାକୁ ଭୟ ନାହିଁ। ବାତ୍ୟା ଆସିବ ଘର ଭାଙ୍ଗିବ । ଆମେ ପୁଣି ତାକୁ ଗଢ଼ିବୁ। ଏଥିରେ ଭୟ କ’ଣ।

ଦିନମଜୁରିଆ ଭାବେ କାମ କରିବୁ, ଟଙ୍କା ଯୋଗାଡ଼ କରି ଘର ତିଆରି କରିବୁ। କାରଣ ଆମ ପାଖରେ ଏଯାବତ ପକ୍କା ଘରଖଣ୍ଡେ ନାହିଁ। ତେଣୁ ବାତ୍ୟା ଉଡ଼ାଇ ନେଇଥିବା ଚାଳଛପର ଘରକୁ ପୁଣି ସଜାଡ଼ିବୁ।’

ସେପଟେ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତ୍ୟା ବିପତ୍ତିକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ପ୍ରସ୍ତୁତି ବି କରାଯାଇଛି।