ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ଭାବେ ବଞ୍ଚିରହିବାକୁ କିଏ ବା ଚାହେଁନା? ଖାଲି ବଞ୍ଚିରହିବା ନୁହେଁ, ଯୁବା ଦିଶିବାର ନିଶା ମଧ୍ୟ ପ୍ରାୟ ସମସ୍ତଙ୍କ ମଧ୍ୟରେ ଅଳ୍ପ ବହୁତ ରହିଥାଏ। ତେବେ, ଏତେ ସଜହରେ କ’ଣ ଏସବୁ ସମ୍ଭବ? ବିଲ୍‌କୁଲ୍‌ ସମ୍ଭବ। ଆପଣଙ୍କୁ ଖାଲି ଗୋଟିଏ ଛୋଟିଆ ପଦ୍ଧତି ଆପଣେଇବାର ଅଛି। କେବଳ ନିଜ ବେକରେ ବରଫ ଘଷିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଯିବ। ତାହେଲେ ଜାଣନ୍ତୁ ବରଫ ଘଷିବା ଦ୍ୱାରା କି ଲାଭ ସବୁ ମିଳିଥାଏ। ଏପରି କରିବା ଦ୍ୱାରା ବ୍ୟକ୍ତି ଭିନ୍ନ ଭିନ୍ନ ଦିଗରେ ଉପଶମ ଲାଭ କରିଥାନ୍ତି। ଆପଣଙ୍କୁ ଖାଲି ଦିନକୁ ୨୦ ମିନିଟ୍‌୍‌ ଧରି ବେକରେ ବରଫ ଘଷିବାର ଅଛି।

Advertisment

publive-image

-ବେକରେ ବରଫ ଘଷିବା ଦ୍ୱାରା ଭଲ ନିଦ ହୋଇଥାଏ।

-ମନ ଫୁର୍ତ୍ତି ରହେ, ଖାଲି ମନ ନୁହେଁ ଶରୀର ମଧ୍ୟ ଫୁର୍ତ୍ତି ରହେ।

-ଆପଣ ଭାବୁଥିବେ ବରଫ ସଂସ୍ପର୍ଶରେ ଆସିଲେ ଆପଣ ଥଣ୍ଡାର ଶିକାର ହୋଇପାରନ୍ତି। ମାତ୍ର ନାଁ, ଏପରି କଲେ ଥଣ୍ଡା ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

-ଏହା ମୁଣ୍ଡ ବିନ୍ଧା ଏବଂ ଦାନ୍ତ ବିନ୍ଧା ମଧ୍ୟ କମ୍‌ କରିଥାଏ।

-ହୃଦ୍‌ରୋଗ ଥିଲେ ମଧ୍ୟ କିଛି ପରିମାଣରେ ନିୟନ୍ତ୍ରଣ ହୋଇଯାଏ ଏପରି କରିବା ଦ୍ୱାରା।

-ଥାଇରଏଡ ଜନିତ ସମସ୍ୟାକୁ ଦୂର କରିବାରେ ମଧ୍ୟ ଏହା ସହାୟ ହୋଇଥାଏ।

-ମାନସିକ ରୋଗୀଙ୍କୁ ଉପଶମ ମିଳେ। ସୁସ୍ଥ ମଣିଷଙ୍କ ଭିତରେ ମାନସିକ ସମସ୍ୟା ସୃଷ୍ଟି ନହେବାକୁ ଏହା ସାହାଯ୍ୟ କରେ।