ଗୋଟିଏ ମଣ୍ଡପରେ ଜଣେ ବର ସହିତ ହେଲା ଦୁଇକନିଆଁଙ୍କ ବିବାହ

ନୂଆଦିଲ୍ଲୀ: ବର ଜଣେ କିନ୍ତୁ କନିଆ ଦୁଇ । ଗୋଟିଏ ହିଁ ମଣ୍ଡପରେ ଜଣେ ବର ସହିତ ଦୁଇଜଣ ଯୁବତୀଙ୍କ ବିବାହ ହୋଇଛି। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।

ଛତିଶଗଡ ବସ୍ତରରେ ଏହି ନିଆରା ବିବାହ ହୋଇଛି । ଏଠାରେ ରହୁଥିବା ଚନ୍ଦୁ ନାମକ ଯୁବକ ଗୋଟିଏ ହିଁ ମଣ୍ଡପରେ ନିଜର ଦୁଇ ଜଣ ପ୍ରେମିକାଙ୍କୁ ବିବାହ କରିଛନ୍ତି । ଏହି ଯୁବକଜଣକ ଦୀର୍ଘ ସମୟ ଧରି ଦୁଇ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ  ଏବଂ ଶେଷରେ ଦୁଇ ଜଣ ଯୁବତୀଙ୍କୁ ବିବାହ ମଧ୍ୟ କରିଛନ୍ତି । ଜାନୁୟାରି ୩ ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଆଉ ଏଥିରେ ଗାଁରେ କିଛି ଲୋକ ସାମିଲ ହୋଇଥିଲେ ।

Man Marries 2 Women At The Same Mandap as He Loves Both of Them, Wives Say They Are Happy!
India.com

ଯୁବକଙ୍କର କହିବା କଥା ହେଲା, ଏହି ଦୁଇ ଜଣ ଯୁବତୀ ତାଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ସେ କାହାକୁ ଦୁଃଖ ଦେବାକୁ କି ଧୋକା ଦେବାକୁ ଚାହୁଁ ନଥିଲେ । ସୂଚନା ମୁତାବକ ପ୍ରାୟ ତିନି ବର୍ଷ ପୂର୍ବେ ଚନ୍ଦୁ ଟୋକପାଲ ଅଂଚଳକୁ ନିଜସ୍ୱ କାମରେ ଯାଇଥିଲେ । ଆଉ ସେଠାରେ ହଠାତ ତାଙ୍କର ଦେଖାହୋଇଥିଲା ୨୧ ବର୍ଷୀୟ ସୁନ୍ଦରୀଙ୍କ ସହ । ଏହାପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ପରେ ବିବାହ କରିବା ନେଇ ମନ ବଳାଇଥିଲେ । ଚନ୍ଦୁ ଏବଂ ସୁନ୍ଦରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ମାତ୍ର ଗୋଟିଏ ବର୍ଷ ପୂରିଥିଲା । ଆଉ ଠିକ ସେତିକି ବେଳେ ଚନ୍ଦୁଙ୍କ ସହ ହସିନାଙ୍କର ଦେଖା ହୋଇଥିଲା । ୨୦ ବର୍ଷୀୟ ହସିନା ନିଜ ସମ୍ପର୍କୀୟଙ୍କ ବିବାହକୁ ଆସିଥିବା ବେଳେ ଚନ୍ଦୁଙ୍କ ସହ ତାଙ୍କର ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ପ୍ରଥମ ଦେଖାରେ ଦୁହେଁ ହୁହିଁଙ୍କୁ ଭଲ ପାଇ ବସିଥିଲେ ।

ଚନ୍ଦୁ ନିଜର ପ୍ରଥମ ପ୍ରେମିକା ସୁନ୍ଦରୀ ସମ୍ପର୍କରେ ହସିନାକୁ ଜଣାଇଥିଲେ ଏବଂ ତାଙ୍କୁ ବିବାହ କରିବା କଥା ବି କହିଥିଲେ । କିନ୍ତୁ ଏଥିରେ କୌଣସି ଆପତ୍ତି ନାହିଁ ବୋଲି କହିଥିଲେ ହସିନା। ଗୋଟିଏ ଦିନ ଚନ୍ଦୁ ଉଭୟ ସୁନ୍ଦରୀ ଏବଂ ହସିନାକୁ ପରସ୍ପର ସହ ଭେଟ କରାଇଥିଲେ । ଦୁହେଁ ଏକାଠି ରହିଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଉଭେୟ ଚନ୍ଦୁଙ୍କୁ ଜଣାଇଥିଲେ । କିନ୍ତୁ ଥରେ ହସିନା ଚନ୍ଦୁ ସହ ଘରେ ରହୁଥିବା କଥା ସୁନ୍ଦରୀ ଜାଣିବାକୁ ପାଇଥିଲା । ଏହାପରେ ସୁନ୍ଦରୀ ବି ଚନ୍ଦୁ ଘରେ ଆସି ରହିବାକୁ ଲାଗିଲେ । ଏହାପରେ ୩ ଜଣ ଗୋଟିଏ ପରିବାରର ସଦସ୍ୟ ପରି ଗୋଟିଏ ଘରେ ହିଁ ରହିଲେ ।

ବିନା ବିବାହରେ ଦୁଇ ଜଣ ଯୁବତୀଙ୍କ ସହ ଗୋଟିଏ ଘରେ ଏକାଠି ରହିବା ଚନ୍ଦୁଙ୍କୁ ଭଲ ଲାଗି ନଥିଲା । ତେଣୁ ସେ ବିବାହ କରିବାକୁ ସ୍ଥିର କରିଥିଲେ । ଶେଷରେ ବିବାହ ତାରିଖ ଠିକ କରି ଗୋଟିଏ ହିଁ ମଣ୍ଡପରେ ଅଳ୍ପ ଅତିଥିଙ୍କ ଉପସ୍ଥିତିରେ ନିଜର ଦୁଇପ୍ରେମିକାଙ୍କୁ ଜୀବନସାଥୀ କରିଥିଲା ଚନ୍ଦୁ ।

ଛତିଶଗଡ ବସ୍ତରର ଏହି ନିଆରା ବିବାହ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ହିନ୍ଦୁ ବିବାହ ଆଇନ ଅନୁସାରେ ଏହିପରି ବିବାହ ବୈଧ ନୁହେଁ କିନ୍ତୁ ଏହି ବିବାହ ଆଦିବାସୀ ସଂସ୍କୃତିରେ ସୀକୃତିପ୍ରାପ୍ତ ।

ସମ୍ବନ୍ଧିତ ଖବର