ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏଇ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଏକ ବିଶାଳ ସାପ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଉଛି। ଏହି ସାପ କାରଣରୁ ଟ୍ରାଫିକ ଉଭୟପାର୍ଶ୍ବରେ ଅଟକି ରହିଥିଲା। ଆଉ ଉକ୍ତ ସାପଟି ଡିଭାଇଡର ଦେଇ ରାସ୍ତ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଯାତ୍ରୀମାନେ ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ଆଉ କେହିକେହି ପଛରୁ ହିଁ ଫେରି ଚାଲି ଯାଇଥିଲେ।
View this post on Instagram
ଏହି ଭିଡିଓକୁ ସ୍ନେକ.ୱାଇଲ୍ଡ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓର କେମେଣ୍ଟ ବିଭାଗରେ ଲୋକେ ଭିଡିଓକୁ ବ୍ରାଜିଲର ବୋଲି କହୁଛନ୍ତି। ପୋଷ୍ଟ ହୋଇଥିବା ଭିଡିଓଟି ୨ମିନିଟର ରହିଛି।
ତେବେ ସାପ ରାସ୍ତା ଅତିକ୍ରମ କରୁଥିବା ବେଳେ କେହି ତାକୁ ହଇରାଣ କରିବାକୁ ଚେଷ୍ଟା କରି ନଥିଲେ। ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଏହି ଭୟାବହ ଦୃଶ୍ୟ ଦେଖି ନିଜନିଜ ସ୍ଥାନରେ ଆପଣାଛାଏଁ ଅଟକି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/1643697-anaconda-snake.jpg)