୧ ଟଙ୍କାରେ ଇଡ୍ଲି-ସମ୍ବର ବିକୁଥିବା ଦାଦୀଙ୍କୁ ଖୋଜୁଛନ୍ତି ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କାରଣ
କୋଏମ୍ବାଟୁର : ନିଜର ଟୁଇଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଜଣେ ସଫଳ ଶିଳ୍ପପତି ହେବା ସହ ସେ ସବୁ ବେଳେ ଲୋକଙ୍କ ଭିନ୍ନ ଭିନ୍ନ ଜ୍ଞାନକୌଶଳକୁ ସାମ୍ନାକୁ ଆଣିଥାନ୍ତି । ପୂର୍ବରୁ ତାଙ୍କର ଅନେକ ଟୁଇଟ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ସେ କରିଥିବା ଆଉ ଏକ ଟୁଇଟ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ମୁତାବକ, କିଛି ଦିନ ତଳେ କୋଏମ୍ବାଟୁରରେ ଜଣେ ଇଡ୍ଲି ଦାଦୀଙ୍କ କାହାଣୀ ସାମ୍ନାକୁ ଆସିଥିଲା । ଆଜି କାଲି ପ୍ରତି ଜିନିଷର ଦର ଦାମ ବୃଦ୍ଧି ହେଉଥିଲେ ମଧ୍ୟ ବୃଦ୍ଧାଜଣଙ୍କ ଗରିବ ଲୋକଙ୍କ ପାଇଁ ପ୍ରତିଦିନ ଇଡ୍ଲି ତିଆରି କରିଥାନ୍ତି । ବୟସ ୮୦ ଛୁଇଁଥିଲେ ମଧ୍ୟ ସେ ପ୍ରତିଦିନ ସକାଳୁ ଲୋକମାନଙ୍କୁ ସୁଆଦିଆ ଇଡ୍ଲି ଓ ସମ୍ବର ଖାଇବାକୁ ଦେଇଥାନ୍ତି । ପୂର୍ବରୁ ୫୦ପଇସାରେ ଇଡ୍ଲି-ସମ୍ବର ବିକୁଥିବା ବେଳେ ଏବେ ସେ ତାହାକୁ ବଢ଼ାଇ ୧ଟଙ୍କା କରିଛନ୍ତି । ଖାଇବାକୁ ପାଉ ନଥିବା ଲୋକଙ୍କୁ କମ ମୂଲ୍ୟରେ ଖାଇବାକୁ ଦେବା ଲକ୍ଷରେ ସେ ଏଭଳି କରୁଥିବା କହିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
One of those humbling stories that make you wonder if everything you do is even a fraction as impactful as the work of people like Kamalathal. I notice she still uses a wood-burning stove.If anyone knows her I’d be happy to ‘invest’ in her business & buy her an LPG fueled stove. pic.twitter.com/Yve21nJg47
— anand mahindra (@anandmahindra) September 10, 2019
ଏବେ ବୃଦ୍ଧାଙ୍କ କାହାଣୀ ବିଷୟରେ ଜାଣି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ ବ୍ୟବସାୟରେ ନିବେଶ କରିବାର ଇଚ୍ଛା ଜାହିର କରିଛନ୍ତି । ଟୁଇଟ୍ କରି, ଦାଦୀଙ୍କ ବ୍ୟବସାୟରେ ନିବେଶ କରିବା କଥା କହିବା ସହ ତାଙ୍କୁ ଏକ ଏଲ୍ପିଜି ଇନ୍ଧନ ଚୁଲା କିଣି ଦେବା କଥା ମଧ୍ୟ କହିଛନ୍ତି ।