ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥାଆନ୍ତି। ସେ ବିଭିନ୍ନ ସମୟରେ ଅନେକ ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଦୁଇଜଣ ଭାଇ ଗୀତ ଗାଉଥିବାର ଏକ ଭିଡିଓ ସେୟାର କରିଛନ୍ତି। ଏହି ଦୁଇଭାଇ ଦିଲ୍ଲୀରେ ଅଳିଆ ଉଠାଇବା କାମ କରିଥାଆନ୍ତି।
ଅଳିଆ ଉଠାଉଥିବା ଏହି ଦୁଇଭାଇଙ୍କ ସୁମଧୁର ସ୍ବର ଶୁଣି ଆନନ୍ଦ ମହିନ୍ଦ୍ରା ଦିଲ୍ଲୀରେ କିଏ ଭଲ ଗୀତ ଶିକ୍ଷକ ଅଛନ୍ତି ଯଦି କିଏ ଜାଣିଛନ୍ତି ତେବେ ତାଙ୍କୁ ତାଙ୍କର ସୂଚନା ଦେବାକୁ ଅନୁରୋଧ କରିଛନ୍ତି। ଯେଉଁ ଶିକ୍ଷକ କି ଏହି ଦୁଇ ଭାଇଙ୍କୁ ସନ୍ଧ୍ୟା ସମୟରେ ଗୀତ ଶିକ୍ଷା ଦେଇ ପାରିବେ। କାରଣ ଦୁହେଁ ସକାଳେ କାମରେ ବାହାରି ଯାଇଥାଆନ୍ତି।
ଆନନ୍ଦ ମହିନ୍ଦ୍ରାଙ୍କ ଭଳି ସୋସିଆଲ ମିଡିଆରୁ ଏହି ଦୁଇଭାଇଙ୍କ ସୁମଧୁର ସ୍ବରକୁ ଯିଏ ଶୁଣୁଛନ୍ତି ସେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି।
Incredible India. My friend Rohit Khattar shared these posts which he received on social media. Two brothers, Hafiz & Habibur, are hard-working garbage collectors in New Friends Colony in Delhi. Clearly, there are no limits to where talent can spring from. (1/2) pic.twitter.com/vK0IQpGUoQ
— anand mahindra (@anandmahindra) February 20, 2021
ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଇନକ୍ରେଡିବଲ ଇଣ୍ଡିଆ ( ଅତୁଲ୍ୟ ଭାରତ)। ଏହି ଭିଡିଓକୁ ମୋର ବନ୍ଧୁ ରୋହିତ ଖଟ୍ଟର ସେୟାର କରିଛନ୍ତି। ତାଙ୍କୁ ଏହି ଭିଡିଓ ସୋସିଆଲ ମିଡିଆରୁ ମିଳିଥିଲା। ଦୁଇଭାଇ ହାଫିଜ ଓ ହବିବୁର.... ବହୁତ ପରିଶ୍ରମୀ। ଦୁହେଁ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନିରୁ ଅଳିଆ ଉଠାଇବା କାମ କରିଥାଆନ୍ତି।
ଦୁଇଭାଇଙ୍କ ପ୍ରତିଭା ଆଶ୍ଚର୍ଯ୍ୟଜନକ। କିନ୍ତୁ ଏହାକୁ ଆହୁରି ଫୁଟାଇବାକୁ ହେବ। ତେଣୁ ମୁଁ ଓ ମୋର ସାଙ୍ଗ ଦୁଇଭାଇଙ୍କ ଗୀତ ପ୍ରଶିକ୍ଷଣ ପାଇଁ ଚିନ୍ତା କରିଛୁ।