ଦିବ୍ୟାଙ୍ଗ ଶିଶୁର ଭିଡିଓ ସେୟାର କରି ଭାବବିହ୍ଵଳ ହୋଇ ପଡ଼ିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିଜ କାମ ସହ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରୁହନ୍ତି । ଅନେକ ସମୟରେ  ନିଜ ଟୁଇଟ୍‌ର ଆକାଉଣ୍ଟ ଜରିଆରେ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ଭିଡିଓ ସେୟାର କରିଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ ।

ଏବେ ସେ ଜଣେ ଦିବ୍ୟାଙ୍ଗ ଶିଶୁର ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । ହାତ ନଥାଇ ମଧ୍ୟ ଶିଶୁଟି କିଭଳି ନିଜ ଗୋଡ଼ରେ ଖାଦ୍ୟ ଗ୍ରହଣ କରୁଛି, ତାହା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଭଳି ଏକ ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, କିଛି ଦିନ ତଳେ ମୁଁ ମୋ ନାତିକୁ ଦେଖିଥିଲି । ପରେ ଯେତେବେଳେ ମୁଁ ଏହି ହ୍ଵାଟ୍‌ସଆପ୍‌ ଭିଡିଓ ଦେଖିଲି, ମୋ ଆଖିରେ ଲୁହ ଆସି ଯାଇଥିଲା । ଜୀବନରେ ଯେଉଁ ସବୁ ସଂଘର୍ଷ ଓ ଅଭାବ ରହିଛି, ତାହା ହେଉଛି ଏକ ଉପହାର । ଯାହାର କେମିତି ଅଧିକରୁ ଅଧିକ ଲାଭ ଉଠାଇ ହେବ, ତାହା ଆମ ଉପରେ ନିର୍ଭର କରେ ।

ସମ୍ବନ୍ଧିତ ଖବର