ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଜଣେ ଭଲ ବ୍ୟବସାୟୀ ହେବାସହିତ ସ୍ନେହୀ ମଣିଷ ମଧ୍ୟ। ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ଆନନ୍ଦ ସର୍ବଦା ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରୀଙ୍କ ସହିତ ଅନେକ ସମୟରେ କୌତୁହଳପୂର୍ଣ୍ଣ ଏବଂ ମଜାଳିଆ ଭିଡିଓ ଏବଂ କାହାଣୀ ସେୟାର କରିଥାଆନ୍ତି। ଏହାକୁ ଲୋକ ବି ଖୁବ ପସନ୍ଦ କରିଥାଆନ୍ତି। ସବୁବେଳେ ସେମାନେ ଶିଳ୍ପପତିଙ୍କ ସହିତ ଯୋଡ଼ି ହୋଇ ରହିବାକୁ ଚାହିଁ ଥାଆନ୍ତି। ଆନନ୍ଦ ମହିନ୍ଦ୍ରା ସେୟାର କରୁଥିବା ଭିଡିଓରେ ଲୋକଙ୍କ ପାଇଁ କିଛି ନା କିଛି ପ୍ରେରଣା ନିଶ୍ଚୟ ରହିଥାଏ।
Using infrared light to locate veins.
Saving the pain from repeated attempts to find a vein when drawing blood.
It’s often the smallest, least glamorous inventions which significantly improve our medical experience and hence, the quality of our lives… pic.twitter.com/XgZI8Bcf2m
— anand mahindra (@anandmahindra) July 6, 2024
ନିକଟରେ ଆନନ୍ଦ ମହିନ୍ଦ୍ରା ଲୋକଙ୍କ ସହ ଏଭଳି ଏକ ଟେକ୍ନୋଲୋଜି ସେୟାର କରିଛନ୍ତି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି।
ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଇନଫ୍ରା-ରେଡ ବ୍ୟବହାର କରି ରୋଗୀଙ୍କ ଶିରାକୁ ସହଜରେ ଚିହ୍ନଟ କରିହେବ ବୋଲି କୁହାଯାଉଛି।
ଅନେକ ସମୟରେ ଦେଖିବାକୁ ମିଳିଛି ରୋଗୀଙ୍କ ରକ୍ତ ସଂଗ୍ରହ କିମ୍ବା ଇଞ୍ଜେକ୍ସନ ବେଳେ କିଛି ରୋଗୀଙ୍କ ଶିରା ଠିକ ଭାବେ ମିଳି ନଥାଏ। ଏଭଳି କ୍ଷେତ୍ରରେ ଦୁଇତିନି ଥରେ ସିଷ୍ଟରମାନଙ୍କୁ ରୋଗୀଙ୍କ ଶରୀରରେ ଛୁଞ୍ଚି ଫୋଡ଼ିବାକୁ ପଡ଼ିଥାଏ। ଇନଫ୍ରା-ରେଡ ବ୍ୟବହାର କରିବା ଦ୍ବାରା ଏହି ସମସ୍ୟା ଆଉ ରହିବ ନାହିଁ।