ରାସ୍ତାରେ ପ୍ୟାଣ୍ଟ-ସାର୍ଟ ପିନ୍ଧି ବୁଲୁଥିବା ହାତୀକୁ ଦେଖି ଆନନ୍ଦ ମହିନ୍ଦ୍ରା ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସାଧାରଣତଃ ମଣିଷମାନେ ପ୍ୟାଣ୍ଟ-ସାର୍ଟ ପିନ୍ଧି ଥାଆନ୍ତି। ସମୟସମୟରେ ଗୃହପାଳିତ କୁକୁର ଓ ମାଙ୍କଡ଼କୁ ମାଲିକମାନେ ସାର୍ଟ-ପ୍ୟାଣ୍ଟ ପିନ୍ଧାଇ ଥିବାର ନଜରକୁ ଆସିଛି।

ନିକଟରେ ସୋସିଆଲ ମିଡିଆରେ ଏକ ହାତୀର ଫଟୋ ଭାଇରାଲ ହୋଇଛି। ଏହି ହାତୀଟି ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ନିଜର ଟୁଇଟର୍ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

Anand Mahindra shares pic of elephant wearing shirt and pants in viral post. Internet reacts - Trending News News
India Today

ଆନନ୍ଦ ମହିନ୍ଦ୍ରା ହାତୀର ପ୍ୟାଣ୍ଟ-ସାର୍ଟ ପିନ୍ଧା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି, ‘ଅତୁଲ୍ୟ ଭାରତ’।

ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ଫଟୋରେ ଦେଖିବାକୁ ମିଳୁଛି ହାତୀଟି ଏକ ଧଳା ରଙ୍ଗର ପ୍ୟାଣ୍ଟ ସାଙ୍ଗକୁ କଳା ରଙ୍ଗର ବେଲଟ ବାନ୍ଧିଛି। ଏଥିସହିତ ଗାଢ଼ ଗୋଲାପୀ ରଙ୍ଗର ସାର୍ଟ ପିନ୍ଧି ମହନ୍ତ ସହିତ ରାସ୍ତାରେ ବୁଲୁଛି। କିଛି ଘଣ୍ଟା ମଧ୍ୟରେ ଏହି ପୋଷ୍ଟକୁ ୩୦୦୦ରୁ ଅଧିକ ଲୋକ ଦେଖି ସାରିଲେଣି।

ତେବେ ଏହି ଫଟୋଟି କେଉଁ ରାଜ୍ୟର ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ମହନ୍ତଙ୍କ ବେଶଭୂଷା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଦକ୍ଷିଣ ଭାରତର କୌଣସି ଏକ ସ୍ଥାନର ଫଟୋ ବୋଲି କହିଛନ୍ତି।

କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋକୁ ଦେଖି ପ୍ରତିକ୍ରିୟା ଦେଇଛନ୍ତି କି, ‘ଭାରତ ପୂରା ଦୁନିଆକୁ ପୋଷାକ ପିନ୍ଧାଇ ପାରିବ। ହାତୀକୁ ବି।’

ସମ୍ବନ୍ଧିତ ଖବର