କିଛି ମିନିଟ ମଧ୍ୟରେ ଏହି ବ୍ୟକ୍ତି ସାଇକେଲକୁ ଇଲେକ୍ଟ୍ରିକ ବାଇକରେ ପରିଣତ କଲେ

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଇଣ୍ଟରନେଟ ଦୁନିଆରେ ବହୁତ ସକ୍ରିୟ ରହିଛନ୍ତି। ଯେତେବେଳେ ବି ସେ ସୋସିଆଲ ମିଡିଆରେ କିଛି ସୃଜନଶୀଳ ଏବଂ ଅନନ୍ୟ ଦେଖନ୍ତି ତାହାର ‌ବହୁତ ପ୍ରଶଂସା କରିଥାଆନ୍ତି। ଏହି କାରଣରୁ ସେ ପ୍ରାୟତଃ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି ଅନେକ ପୋଷ୍ଟ ସେୟାର କରିଥାଆନ୍ତି। ନିକଟରେ ଆନନ୍ଦ ମହିନ୍ଦ୍ରା ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଟୁଇଟରରେ ଏକ ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ଦୁନିଆରେ ସାଇକେଲକୁ ମୋଟରସାଇକେଲ ଭଳି ତିଆରି କରିବା ପାଇଁ ଅନେକ ଉପକରଣ ଅଛି, କିନ୍ତୁ ତାଙ୍କ ଛୋଟ ଡିଜାଇନ କାଦୁଅ ଆଦିରେ ବି କାମ କରିବାର କ୍ଷମତା ରଖିବା ସହିତ ଫୋନ୍ ଚାର୍ଜ ବି କରିଥାଏ। ଯାହାକି ଏହାକୁ ଆହୁରି ସ୍ବତନ୍ତ୍ର କରି ଦେଉଛି।

 

ପରବର୍ତ୍ତୀ ଟ୍ୱିଟରେ ସେ ଲେଖିଛନ୍ତି ଯେ ଏହି ବ୍ୟବସାୟ ଲାଭ ଦେବ କି ନାହିଁ ଜଣାନାହିଁ, କିନ୍ତୁ ଏଥିରେ ବିନିଯୋଗ କରିବା ମୋ ପାଇଁ ଗର୍ବର ବିଷୟ ହେବ। ଏହା ସହିତ ସେ ସୋସିଆଲ ମିଡିଆର ଲୋକଙ୍କୁ ନିବେଦନ କରି କହିଛନ୍ତି କି, କେହି ତାଙ୍କର ସମ୍ପର୍କ ଗୁରୁସୌରଭ ସହିତ କରାନ୍ତୁ।

ଏଥିସହିତ ଦାବି କରାଯାଇଛି କି, ୨୦ମିନିଟ୍ ପେଡାଲ ମାରିବା ପରେ ଏହି ‘ଆପନି ସ୍ବଦେଶୀ ସାଇକେଲ’ ବ୍ୟାଟେରୀ’୫୦ ପ୍ରତିଶତ ଚାର୍ଜ ହୋଇଥାଏ। ଏହି ଡିଭାଇସ୍ ସାଇକେଲକୁ ଘଣ୍ଟାକୁ ୨୫ କିଲୋମିଟର ନେଇପାରେ । ସେହିପରି ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଗଲେ ଏହି ସାଇକେଲ ୪୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ଏବଂ ୧୭୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ମଧ୍ୟ ଉଠାଇପାରେ । ଏହି ଡିଭାଇସ୍ ବହୁତ ଶକ୍ତିଶାଳୀ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଗ୍ନି, ଜଳ ଏବଂ କାଦୁଅ ଏହା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

 

ସମ୍ବନ୍ଧିତ ଖବର