ନୂଆଦିଲ୍ଲୀ: ମୁକେଶ ଓ ନୀତା ଅମ୍ବାନିଙ୍କ ସାନ ପୁଅ ଅନନ୍ତଙ୍କ ବିବାହ ତାରିଖ ଧୀରେଧୀରେ ପାଖେଇ ଆସିଲାଣି। ଜୁଲାଇ ୧୨ ତାରିଖରେ ଅନନ୍ତ ଅମ୍ବାନୀ ରାଧିକା ମର୍ଚେଣ୍ଟଙ୍କ ବିବାହ କାର୍ଯ୍ୟକ୍ରମକୁ ନେଇ ସମସ୍ତ ପ୍ରସ୍ତୁତି ସାରିଛି। ବିବାହ ପାଇଁ ରୀତିନୀତି ଆରମ୍ଭ ହୋଇଯାଇଛି। ଜୁଲାଇ ୩ ତାରିଖରେ ପ୍ରଥମ ରୀତିନୀତି ଆରମ୍ଭ ହୋଇଛି। ଯାହାକୁ ମାମେରୁ ରସମ କୁହାଯାଇଥାଏ।
ଜ୍ୟୋତିଷଙ୍କ କହିବାନୁସାରେ, ଜୁଲାଇ ୧୨ ତାରିଖ ଖୁବ ଶୁଭ ରହିଛି। ଏହି ଦିନ ଅନନ୍ତ ଓ ରାଧିକାଙ୍କ ବିବାହ ହେବାକୁ ଯାଉଛି। ଏହି ଦିନ ରବି ଯୋଗର ସମସ୍ତ ସଂଯୋଗ ହେଉଛି। ତେବେ ଜୁଲାଇ ୧୨ ତାରିଖରେ ହେବାକୁ ଯାଉଥିବା ସମସ୍ତ ସଂଯୋଗ କ’ଣ ସେ ବିଷୟରେ ବିସ୍ତୃତ ଭାବେ ପଣ୍ଡିତ ଅରୁଣେଶ କୁମାର ଶର୍ମା ଆଲୋଚନା କରିଛନ୍ତି।
୨୦୨୪ ଜୁଲାଇ ୧୨ ତାରିଖ ଶୁକ୍ରବାର ଦିନ ଖୁବ ଶୁଭ ବୋଲି ଧରାଯାଉଛି। କାରଣ ଏହି ଦିନ ସପ୍ତମୀତିଥି, ହସ୍ତ ନକ୍ଷେତ୍ର, ରବି ଯୋଗର ସଂଯୋଗ ରହିବ। ଏହି ଦିନ ସପ୍ତମୀତିଥିର ଆରମ୍ଭ ୧୨ଟା ବାଜି ୩୨ ମିନିଟରେ ହେବ। ଏହି ସମୟକୁ ବିବାହ ଭଳି ଶୁଭ କାର୍ଯ୍ୟ ପାଇଁ ଖୁବ ସ୍ବତନ୍ତ୍ର ଭଳି ଧରାଯାଇଥାଏ।
ସେହିପରି ଏହି ଦିନ ସକାଳ ୫ଟା ବାଜି ୩୨ ମିନିଟରୁ ନେଇ ସନ୍ଧ୍ୟା ୪ଟା ବାଜି ୯ମିନିଟ ପର୍ଯ୍ୟନ୍ତ ରବି ଯୋଗ ରହିବ। ଏହି ସମୟରେ କରାଯାଇଥିବା ଯେକୌଣସି କାମ ଶୁଭ ହୋଇଥାଏ ବୋଲି କୁହାଯାଇଛି। ସେହିପରି ଏହି ଦିନ ଅଭିଜିତ ମୁହୂର୍ତ୍ତ ସକାଳ ୧୧ଟା ବାଜି ୫୯ମିନିଟରୁ ନେଇ ସନ୍ଧ୍ୟା ୧୨ଟା ବାଜି ୫୪ ମିନିଟ ପର୍ଯ୍ୟନ୍ତ ରହିଛି।