ଅନସୂୟାଙ୍କୁ କାହିଁକି ବିବସ୍ତ୍ର ହେବାକୁ କହିଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ?

ନାରଦଙ୍କଠାରୁ ସତୀ ଅନସୂୟାଙ୍କ କଥା ଶୁଣି ଲକ୍ଷ୍ମୀ, ଶ୍ରୀସତୀ ଏବଂ ଶ୍ରୀ ସରସ୍ୱତୀ ଇର୍ଷାର ଅଗ୍ନି ଜଳିଗଲେ । ପରିସ୍ଥିତି ଏଭଳି ହେଲା ଯେ ଲକ୍ଷ୍ମୀ, ସରସ୍ୱତୀ ଓ ସତୀ ମଧ୍ୟ ପରସ୍ପର ମଧ୍ୟରେ ଏକ ସଂପର୍କ ଭାବ ବିନିମୟ କରିଲେ। ସେ ତିନିଜଣ ଯାକ ସତୀ ଅନସୂୟାଙ୍କ ସତୀତ୍ୱର ପରୀକ୍ଷା ନେବା ପାଇଁ ନିଷ୍ପତ୍ତି ନେଲେ। ସେମାନଙ୍କ ଯୋଜନା ଅନୁଯାୟୀ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମହର୍ଷି ଅତ୍ରିଙ୍କ ଆଶ୍ରମରେ ପହଂଚିଲେ, ତିନି ଦେବ ମୁନି ବେଶରେ ସେଠାରେ ପହଞ୍ଚିଲେ। ସେହି ସମୟରେ ମହର୍ଷି ଅତ୍ରି ଆଶ୍ରମରେ ନଥିଲେ। ଅତିଥି ରୂପେ ତ୍ରିଦେବଙ୍କୁ ଅନସୂୟା ସତ୍କାର କରିବାକୁ ଚାହିଁଲେ, ମାତ୍ର ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଲେ।


ସତୀ ଅନସୂୟା ବିନ୍ରମତାର ସହିତ ପ୍ରଶ୍ନ କଲେ, ‘‘ମୁନିଗଣ! ମୋ’ ଦ୍ୱାରା ଏଭଳି କେଉଁ ଅପରାଧ ହୋଇଗଲା ଯେ ଆପଣ ମାନେ ମୋର ସତ୍କାର, ପୂଜା ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି? ମୁନିଗଣ କହିଲେ,‘‘ଦେବୀ! ଯଦି ଆପଣ ଉଲଗ୍ନ ହୋଇ ଆମର ସତ୍କାର କରିବ,ତେବେ ଆମେ ଭିକ୍ଷା ଗ୍ରହଣ କରିବୁ।’’ଏକଥା ଶୁଣି ସତୀ ବିଚଳିତ ଓ ବିସ୍ମିତ ହେଲେ। ଏହାପରେ ସେ ଧ୍ୟାନରେ ସବୁକଥା ଜାଣିପାରିଲେ ଏବଂ କହିଲେ,‘‘ମହାଭାଗଗଣ! ମୁଁ ବିବସ୍ତ୍ର ହୋଇ ଆତିଥ୍ୟ ପ୍ରଦାନ କରିବି। ଆପଣଙ୍କୁ ଭିକ୍ଷା ପ୍ରଦାନ କରିବି। ଯଦି ମୁଁ ପ୍ରକୃତରେ କାୟ,ମନ ବାକ୍ୟରେ ସତୀ ହୋଇଥାଏ ଏବଂ କାମଭାବନା ନେଇ କୌଣସି ପରପୁରୁଷର ଚିନ୍ତା କରି ନଥାଏ, ତେବେ ମୁଁ ବିବସ୍ତ୍ର ହେବା ବେଳେ ଆପଣ ତିନି ଜଣ ଛଅ ମାସର ଶିଶୁ ହୋଇଯିବେ।’’

ସମ୍ବନ୍ଧିତ ଖବର