ମନ୍ଦିରର ରକ୍ଷା କରେ ଓ କେବଳ ପ୍ରସାଦ ହିଁ ଖାଉଥିବା ଏହି ରହସ୍ୟମୟୀ କୁମ୍ଭୀର ବିଷୟରେ ଜାଣନ୍ତୁ

ଭାରତରେ ଅନେକ ମନ୍ଦିର ରହିଛି। ଯାହାର ରହସ୍ୟ ଭକ୍ତଙ୍କୁ ବହୁ ଅକର୍ଷିତ କରିଥାଏ। ଏମିତି ଏକ ମନ୍ଦିର କେରଳରେ ରହିଛି। କେରଳର ଏହି ମନ୍ଦିରରେ ଏକ ହ୍ରଦ ରହିଛି। ଏହି ହ୍ରଦରେ ଏକ କୁମ୍ଭୀର ରହିଛି। ଏଠାରେ ପ୍ରଚଳିତ ମାନ୍ୟତା ଅନୁଯାୟୀ, ଏହି କୁମ୍ଭୀର ରହସ୍ୟମୟୀ ଓ ସାକାହାରୀ। ସେ କେବଳ ମନ୍ଦିରର ପ୍ରସାଦ ହିଁ ଖାଇଥାଏ। କୁମ୍ଭୀରକୁ ପ୍ରସାଦ ଖୁଆଇବାର ଅନୁମତି ସାଧାରଣ ଲୋକଙ୍କ ପାଇଁ ନାହିଁ। ମନ୍ଦିର ପୂଜାରୀ ହିଁ କେବଳ ଖୁଆଇ କୁମ୍ଭୀରକୁ ପ୍ରସାଦ ଖୁଆଇବା ପାଇଁ ଯାଇଥାଆନ୍ତି।

କେରଳର କାସରଗୋଡରେ ଅନନ୍ତପୁର ମନ୍ଦିର ରହିଛି। ଏହା କେରଳର ଏକ ମାତ୍ର ମନ୍ଦିର ଯେଉଁଠାରେ ହ୍ରଦ ରହିଛି। ଏହି ମନ୍ଦିରର ମାନ୍ୟତା ହେଉଛି କି ମନ୍ଦିରର ସୁରକ୍ଷା ଏକ କୁମ୍ଭୀର କରିଥାଏ। ମନ୍ଦିର ପ୍ରତି ଯଦି କିଛି ବିପଦ ରହିଥାଏ କୁମ୍ଭୀର ଏହାର ସଙ୍କେତ ଦେଇ ଦେଇଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମନ୍ଦିରର ଏହି ହ୍ରଦରେ ଯଦି କୁମ୍ଭୀରଟି ମରି ଯାଏ, ତେବ ରହସ୍ୟମୟ ଭାବେ ଆଉ ଗୋଟିଏ କୁମ୍ଭୀର ଏଠାକୁ ଆସିଯାଇଥାଏ। ଯାହାକୁ ପୂର୍ବରୁ କେହି ଦେଖି ନଥାଆନ୍ତି। ଏହି କୁମ୍ଭୀରକୁ ବବିଆ ନାମରେ ଜଣାଯାଇଥାଏ। ଦୁଇ ଏକର ଏହି ହ୍ରଦ ମଝିରେ ମନ୍ଦିର ରହିଛି ଓ ଭଗବାନ ବିଷ୍ଣୁ ଅର୍ଥାତ ଭଗବାନ ଅନନ୍ତ-ପଦ୍ମାନାଭସ୍ୟାମୀ ଏଠାରେ ଅଛନ୍ତି।

ଏଠାରେ ବର୍ଷା କମ୍‌ ହେଉ ଆବ ବେଶି ଏହି ହ୍ରଦରେ ପାଣିର ସ୍ତର ସବୁବେଳେ ସାମନ ହିଁ ଥାଏ ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଥାଆନ୍ତି।

ସମ୍ବନ୍ଧିତ ଖବର