କର୍ତ୍ତବ୍ୟ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ: ମାଙ୍କ ମୃତ୍ୟୁ ଖବର ପାଇ ମଧ୍ୟ ଘରକୁ ଗଲେ ନାହିଁ ପୁଲିସ କର୍ମଚାରୀ

ବିଜୟୱାଡା: ସମାଜର ଓ ସମାଜର ଲୋକଙ୍କ ମଙ୍ଗଳକୁ ପ୍ରାଥମିକତା ଦେଇ ସରକାରୀ ରେଳ ପୁଲିସ(ଜିଆରପି)ରେ କାର୍ଯ୍ୟ କରୁଥିବା ଜଣେ ସବ୍-ଇନ୍ସପେକ୍ଟର(ଏସଆଇ) ନିକଟରେ ତାଙ୍କ ମା’ଙ୍କ ଶେଷକୃତ୍ୟରେ ଯୋଗ ଦେଇନଥିବା ଜଣା ପଡିଛି | ଦେଶରେ ଏବେ କରୋନା ଭୂତାଣୁ ମହାମାରୀ ରୂପ ନେଇଥିବା ବେଳେ ସେ ଲୋକଙ୍କୁ ସାହାଯ୍ୟ କରିବାକୁ ବେଶୀ ଗୁରୁତ୍ୱ ଦେଇ ଏଭଳି କରିଥିବା କହିଛନ୍ତି |

ଶନିବାର ବିଜୟୱାଡା ରେଳ ଷ୍ଟେସନ ନିକଟରେ ଲକଡାଉନ୍ ଆଦେଶ ଲାଗୁ କରୁଥିବା ବେଳେ ତାଙ୍କ ମାଙ୍କ ମୃତ୍ୟୁ ବିଷୟରେ ଏସଆଇ କେ ଶାନ୍ତାରାମ ଜାଣିବାକୁ ପାଇଥିଲେ। ଜିଆରପି ସର୍କଲ ଇନ୍ସପେକ୍ଟର ଉଦଥା ବଙ୍ଗରଜୁ କହିଛନ୍ତି, “ମାଙ୍କ ମୃତ୍ୟୁ ଖବର ପାଇଁ ସେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ଶେଷକୃତ୍ୟରେ ସାମିଲ ହେବା ପରିବର୍ତ୍ତେ ସେ ତାଙ୍କ କାର୍ଯ୍ୟ ଜାରି ରଖିବାକୁ ମନସ୍ତ କରିଥିଲେ।

Financial Education for Loans, Investments, Insurance ...

୬୯ବର୍ଷ ବୟସରେ ଅସୁସ୍ଥତା ହେତୁ ପ୍ରାଣ ହରାଇଥିବା ଶାନ୍ତାରାମଙ୍କ ମା ସେଥାମହାଲକ୍ଷ୍ମୀ ସାନ ପୁଅ ସହିତ ଭିଜିଆନଗରାମ ଜିଲ୍ଲାର ଏକ ଛୋଟ ଗାଁରେ ରହୁଥିଲେ। କାହିଁକି ସେ ତାଙ୍କ ମାଙ୍କ ଶେଷକୃତ୍ୟରେ ଯୋଗ ଦେଇନାହାଁନ୍ତି ବୋଲି ପଚରାଯିବାରୁ ଶାନ୍ତାରାମ କହିଛନ୍ତି ଯେ, “ଭିଜିଆନଗରାମରେ ପହଞ୍ଚିବା ପାଇଁ ମୋତେ ଚାରିଟି ଜିଲ୍ଲା ଏବଂ ୪୦ଟି ଚେକପଏଣ୍ଟ ଅତିକ୍ରମ କରିବାକୁ ପଡିବ ଏବଂ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ପଡିବ। ଯଦି ମୁଁ କୋଭିଡ-୧୯ରେ ସଂକ୍ରମିତ ହୋଇଥିବି, ତେବେ ଯାତ୍ରା ସମୟରେ ମୁଁ ଅନ୍ୟମାନଙ୍କୁ ସଂକ୍ରମିତ କରାଇବାର ଆଶଙ୍କା ଅଧିକ ରହିଛି | ମୁଁ କେବଳ ମୋ ବିଷୟରେ ଚିନ୍ତା କରି ଅନ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଇ ପାରିବି ନାହିଁ । ଏହି ନିଷ୍ପତ୍ତି ପାଇଁ ମୋ ପରିବାର ମୋ ପାଇଁ ଗର୍ବିତ। ସବୁବେଳେ ମୁଁ ଲୋକଙ୍କ ପାଇଁ ଆଗ କାମ କରିବା ସହ ଦେଶ ପାଇଁ କାମ କରେ ବୋଲି ମୋ ମା ଚାହୁଥିଲେ | ଆଜି ମୋର ଏଭଳି ନିଷ୍ପତିରେ ସେ ଗର୍ବିତ ଥିବେ ନିଶ୍ଚୟ ବୋଲି କହିଛନ୍ତି ସବ୍-ଇନ୍ସପେକ୍ଟର ଶାନ୍ତାରାମ | ବଡ ପୁଅ ହୋଇ ଶାନ୍ତାରାମ ଶେଷ ରୀତିନୀତିର ଦାୟିତ୍ବ ତାଙ୍କ ସାନ ଭାଇଙ୍କୁ ଦେଇଥିବା ଜଣା ପଡିଛି।

 

ସମ୍ବନ୍ଧିତ ଖବର