ଗୁଗଲ୍ କମ୍ପାନିର ‘ପ୍ଲେ ଷ୍ଟୋର୍’ରେ ବହୁ ପୂର୍ବରୁ ଅନେକ ଆବର୍ଜନା ଆପ୍ ସବୁ ଭରିରହିଛି, ଯାହା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ବିରକ୍ତ ଓ ନିରାଶ କରିଚାଲିଛି। ତେଣୁ ଯେଉଁ ଆପ୍ଗୁଡ଼ିକ ଉନ୍ନତ ମାନର ନୁହେଁ, ସେଗୁଡ଼ିକ ପ୍ରତି ଗୁଗଲ୍ କଠୋର ହେବାକୁ ଯାଉଛି। କମ୍ପାନି ତାହାର ସ୍ପାମ୍ ଓ ସର୍ବନିମ୍ନ କାର୍ଯ୍ୟକାରିତା ନୀତିର ଅଂଶବିଶେଷ ସ୍ବରୂପ ଘୋଷଣା କରିଛି ଯେ, ଏହା ଗୁଣାତ୍ମକ ବୈଶିଷ୍ଟ୍ୟ ଓ ଉପଭୋକ୍ତା ଅଭିଜ୍ଞତା ନିଶ୍ଚିତ କରିବା ଲାଗି ଆପ୍ଗୁଡ଼ିକ ପାଇଁ ନୂତନ ମାନକ ଲାଗୁ କରାଯିବ। ଉକ୍ତ ମାନକଗୁଡ଼ିକ ଆଗାମୀ ଅଗଷ୍ଟ ୩୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ସୁତରାଂ ତାହା ପରେ ଗୁଗଲ୍ ପ୍ଲେ ଷ୍ଟୋର୍ରୁ କେଇ ହଜାର ଆପ୍ ହଟିଯିବା ସୁନିଶ୍ଚିତ। ଗୁଗଲ୍ ତାହାର ଅପ୍ଡେଟ୍ ପୃଷ୍ଠାରେ କହିଛି ଯେ ପ୍ରତ୍ୟେକ ଆପ୍ ସର୍ବଦା ଏକ ସ୍ଥିର, ପ୍ରତିକ୍ରିୟାଶୀଳ ଓ ଉପଭୋକ୍ତା କୈନ୍ଦ୍ରିକ ଅଭିଜ୍ଞତା ପ୍ରଦାନ କରିବା ବାଞ୍ଛନୀୟ। ଗୁଗଲ୍ ବର୍ଷ ବର୍ଷ ଧରି ତାହାର ଆପ୍ ଷ୍ଟୋର୍ରୁ ଶଠତାପୂର୍ଣ୍ଣ ଓ ବିପଜ୍ଜନକ ଆପ୍ଗୁଡ଼ିକୁ ହଟାଇବା ଲାଗି ଅନେକ ପ୍ରୟାସ କରିଛି। ଏହାର ‘ପ୍ଲେ ପ୍ରୋଟେକ୍ଟ’ର ବୈଶିଷ୍ଟ୍ୟ ଆଣ୍ଡ୍ରଏଡ୍ ଗ୍ୟାଜେଟ୍ଗୁଡ଼ିକୁ ସନ୍ଦେହଜନକ ଆପ୍ ଠାରୁ ସୁରକ୍ଷା ଦେଇଥାଏ। ତଥାପି ‘ପ୍ଲେ ଷ୍ଟୋର୍’ର ଜଙ୍କ୍ ଆପ୍ଗୁଡ଼ିକ ସମସ୍ୟା ସୃଷ୍ଟି କରି ଆସୁଛନ୍ତି।
ନୂତନ ମାନକ ପୂରଣ କରୁନଥିବା ଆଣ୍ଡ୍ରଏଡ୍ ଆପ୍ ହଟିବ
/sambad/media/post_attachments/wp-content/uploads/2024/07/hfhfhsfhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)