ଆଜିକାଲି ଆମେ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛେ। ଏହି ଫୋନ୍ ସଂପର୍କରେ ଅଧିକାଂଶ ଲୋକଙ୍କର ଧାରଣା କମ୍। ହେଲେ ଆପଣ ନିହାତି ଜାଣିବା ଦରକାର ଯେ ଏଥିରେ କେଉଁସବୁ ବିଶେଷ ସୁବିଧା ରହିଛି।
୧- ଯଦି ଆପଣ କେବଳ କେତେକ ନିର୍ଦ୍ଧିଷ୍ଟ ଲୋକଙ୍କ କଲ୍ ଆଟେଣ୍ଡ କରିବାକୁ ଚାହାଁନ୍ତି, ତେବେ ସ୍ମାର୍ଟଫୋନ୍ରେ ଥିବା ‘ପ୍ରାୟୋରିଟି ଓନଲି’ ମୋଡକୁ ଯାଇ ସେଟ୍ କରନ୍ତୁ।
୨- ଯଦି ଆପଣ ନିଜର ସ୍ମାର୍ଟଫୋନ୍କୁ ଅନଲକ୍ କରିବାରେ ଅସୁବିଧା ଭୋଗୁଛନ୍ତି ତେବେ ଏଥିରେ ଥିବା ସ୍ମାର୍ଟ ଲକ୍ ଜରିଆରେ ଖୋଲନ୍ତୁ । ଏହା ଏକ ସ୍ୱୟଂଚାଳିତ ପ୍ରକ୍ରିୟା।

୩-ଯଦି ଆପଣ ନିଜର ହାର୍ଟରେଟ୍ ମାପିବାକୁ ଚାହାଁନ୍ତି,ତେବେ ସ୍ମାର୍ଟଫୋନରେ ପ୍ଲେ ଷ୍ଟୋର୍କୁ ଯାଇ ଇନଷ୍ଟାଣ୍ଟ ହାର୍ଟ ରେଟ୍ ଇନଷ୍ଟଲ୍ କରନ୍ତୁ।
୪- ଯଦି ଆପଣଙ୍କର ଦୃଷ୍ଟି ଶକ୍ତି କମ୍,ତେବେ ଆପଣ ସ୍ମାର୍ଟଫୋନରେ ଥିବା ଥିବା ସ୍କ୍ରିନ୍ ମାଗ୍ନିଫାୟରର ଉପଯୋଗ କରିପାରିବେ।
୫- ଠିକ୍ ସେହିପରି ରାତିରେ କମ୍ ଆଲୋକରେ ଭଲଭାବେ ମୋବାଇଲର ମେସେଜ୍ ପଢ଼ିବାକୁ ଚାହୁଁଥିଲେ ଏଥିରେ ଥିବା କଲର୍ ଇନଭର୍ସନ୍କୁ ସେଟ୍ କରନ୍ତୁ।