ସ୍ମାର୍ଟ ଏବଂ ଏଣ୍ଡ୍ରଏଡ୍ ଫୋନ୍ରେ ଗ୍ରାହକମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଦେଶର ୭ଟି ପ୍ରମୁଖ ବ୍ୟାଙ୍କ୍ର ୧୨ଟି ଆପ୍ ବିପଦପୂର୍ଣ୍ଣ ଥିବା ଜଣାପଡ଼ିଛି। ହ୍ୟାକରମାନଙ୍କ କବଳରୁ ଇଣ୍ଟରନେଟ୍ ସୁରକ୍ଷା ପ୍ରଦାନ କରୁଥିବା କ୍ୱିକ୍ ହିଲ୍ ସିକ୍ୟୁରିଟି ଲାବ୍ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏଣ୍ଡ୍ରଏଡ୍ ବ୍ୟାଙ୍କିଙ୍ଗ୍ ଟ୍ରୋଜାନ୍ ନାମରେ ଏକ ମାଲ୍ଓ୍ଵାର ସାହାଯ୍ୟରେ ହ୍ୟାକରମାନେ ମୋବାଇଲ୍ ଫୋନ୍ରେ ଗ୍ରାହକମାନେ ରଖୁଥିବା ସେମାନଙ୍କ ବ୍ୟାଙ୍କ୍ ଆପ୍ରୁ ଆଇଡି, ପାସ୍ଓ୍ଵାର୍ଡ ଠାରୁ ଆରମ୍ଭ କରି ସମସ୍ତ ଗୁପ୍ତ ତଥ୍ୟ ଚୋରାଇ ନେବାରେ ସମର୍ଥ ହେବା ସହ ବ୍ୟାଙ୍କ୍ ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରିନେବାର ସମ୍ଭାବନା ରହିଛି ବୋଲି କ୍ୱିକ୍ ହିଲ୍ ସିକ୍ୟୁରିଟି ଲାବ୍ ପକ୍ଷରୁ ଏଣ୍ଡ୍ରଏଡ୍ ଓ ସ୍ମାର୍ଟ ଫୋନ୍ରେ ବ୍ୟାଙ୍କ୍ ଆପ୍ ସାହାଯ୍ୟରେ କାରବାର କରୁଥିବା ଗ୍ରାହକମାନଙ୍କୁ ସତର୍କ କରାଇ ଦିଆଯାଇଛି। ଏଣ୍ଡ୍ରଏଡ୍ ବ୍ୟାଙ୍କିଙ୍ଗ୍ ଟ୍ରୋଜାନ୍ ନାମରେ ଏକ ମାଲ୍ଓ୍ଵାର ସାହାଯ୍ୟରେ ଇଣ୍ଟରନେଟ୍ ହ୍ୟାକରମାନେ ଏଣ୍ଡ୍ରଏଡ୍ ବ୍ୟାଙ୍କର୍ ଏ୯୪୮୦ ନାମରେ ଅନ୍ୟ ଏକ ମାଲ୍ଓ୍ଵାର ସାହାଯ୍ୟରେ ବିଶ୍ୱର ୨୩୨ରୁ ଅଧିକ ବ୍ୟାଙ୍କ୍ ଓ ଆର୍ଥିକ ସଂସ୍ଥାର ଆପ୍କୁ ହ୍ୟାକ୍ କରିବାର କ୍ଷମତା ରଖିଥିବା ଏହି ସଂସ୍ଥା ପ୍ରକାଶ କରିଛି।
କ୍ୱିକ୍ ହିଲ୍ ସିକ୍ୟୁରିଟି ଲାବ୍ ଦେଶର ଯେଉଁ ପ୍ରମୁଖ ୭ଟି ବ୍ୟାଙ୍କ୍ର ୧୨ଟି ଆପ୍କୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରିଛି, ସେ ବ୍ୟାଙ୍କ୍ଗୁଡ଼ିକ ହେଲେ, ଭାରତୀୟ ଷ୍ଟେଟ୍ବ୍ୟାଙ୍କ୍ (ଏସ୍ବିଆଇ), ଆଇସିଆଇସିଆଇ, ଏଚ୍ଡିଏଫ୍ସି, ଏକ୍ସିସ୍ ବ୍ୟାଙ୍କ୍, ଆଇଡିବିଆଇ, ବ୍ୟାଙ୍କ୍ ଅଫ୍ ବରୋଦା ଓ ୟୁନିୟନ୍ ବ୍ୟାଙ୍କ୍।
କ୍ୱିକ୍ ହିଲ୍ ସିକ୍ୟୁରିଟି ଲାବ୍ ଦେଶର ପ୍ରମୁଖ ୭ଟି ବ୍ୟାଙ୍କ୍ର ୧୨ଟି ଆପ୍କୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରିଛି।
/sambad/media/post_attachments/wp-content/uploads/2018/01/Banking-App_Danger_Slide_2.jpg)
/sambad/media/post_attachments/wp-content/uploads/2018/01/Banking-App_Danger_Slide_3.jpg)
/sambad/media/post_attachments/wp-content/uploads/2018/01/Banking-App_Danger_Slide_4.jpg)
/sambad/media/post_attachments/wp-content/uploads/2018/01/Banking-App_Danger_Slide_5.jpg)
/sambad/media/post_attachments/wp-content/uploads/2018/01/Banking-App_Danger_Slide_6.jpg)
/sambad/media/post_attachments/wp-content/uploads/2018/01/Banking-App_Danger_Slide_7.jpg)
/sambad/media/post_attachments/wp-content/uploads/2018/01/Banking-App_Danger_Slide_8.jpg)
/sambad/media/post_attachments/wp-content/uploads/2018/01/Banking-App_Danger_Slide_9.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Banking-App_Danger_Slide_1.jpg)