ଅନ୍ୟକୁ ସାହାଯ୍ୟ କରିବା ପାଇଁ ୧୮କିମି ପର୍ଯ୍ୟନ୍ତ ନିଜେ ଡଙ୍ଗା ଚଳାଇ ଯାଆନ୍ତି ଏହି ମହିଳା

ନୂଆଦିଲ୍ଲୀ: ଯେଉଁ ମଣିଷ ଭିତରେ ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ ଥିବ ସେ ଯେକୌଣସି ପରିସ୍ଥିତିରେ ତାହାକୁ କରି ଦେଖାଇଥାଏ। ଏହି କ୍ରମରେ ଜଣେ ଅଙ୍ଗବାଡ଼ି କର୍ମୀଙ୍କ ଅନ୍ୟକୁ ସାହାଯ୍ୟ କରିବାର ଇଚ୍ଛାକୁ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

 

ମହାରାଷ୍ଟ୍ରରେ ରେଲୁ ଭାସାଭେ ନାମକ ଜଣେ ମହିଳା ବସବାସ କରନ୍ତି। ରେଲୁ ଭାସାଭେ ଜଣେ ଅଙ୍ଗନବାଡ଼ି କର୍ମୀ। ସେ ପ୍ରତିଦିନ ୧୮କିଲୋମିଟର ପର୍ଯ୍ୟନ୍ତ ଡଙ୍ଗା ଚଲାଇ ୬ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଅନ୍ତସତ୍ତ୍ବା ମହିଳାଙ୍କ ଧ୍ୟାନ ରଖିବା ପାଇଁ ଗାଁକୁ ଗାଁ ଯାଇଥାଆନ୍ତି। ଏଥିସହିତ ସେ ଛୋଟଛୋଟ ପିଲାମାନଙ୍କୁ ପାଠ ବି ପଢ଼ାଇ ଥାଆନ୍ତି। ପ୍ରତିଦିନ ଏତେ ବାଟ ନିଜେ ଡଙ୍ଗା ଚଲାଇ ଯିବା କଷ୍ଟ ଲାଗିଥାଏ। କିନ୍ତୁ ଶିଶୁ ଓ ତା’ର ମା’କୁ ଭଲ ଖାଦ୍ୟ ମିଳିବା ବି ଜୁରୁରୀ ରହିଥାଏ ବୋଇ ଅଙ୍ଗନବାଡି କର୍ମୀ ରେଲୁ କହିଛନ୍ତି।

ଟୁଇଟରରେ ଏହି ପୋଷ୍ଟକୁ ଦେଖି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆମର ସରକାର ଏହି ଅଙ୍ଗନବାଡି କର୍ମୀଙ୍କୁ ଏକ ଛୋଟ ମଟର ବୋଟ ଦେଇ ପାରିବେ ନାହିଁ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହିଳାଙ୍କ ସଂଘର୍ଷ କାହାଣୀକୁ ‘ମନ କି ବାତ’ କାର୍ଯ୍ୟକ୍ରମରେ ସାମିଲ କରିବା ଉଚିତ ବୋଲି ଆଉ ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି।

ସମ୍ବନ୍ଧିତ ଖବର