ଛୋଟ ଛୋଟ କଥାରେ ଅନ୍ୟ ଉପରେ ରାଗିଯିବା ଏକ ସୁବିଧା ଉପାୟ। ହେଲେ ଆପଣ କେବେ ଭାବିଛନ୍ତି କି, ଏହା ଦ୍ବାରା ସାମ୍ନା ଲୋକର କ୍ଷତି ଅଧିକ ହୋଇଥାଏ ନା ନିଜର? ଟିକେ ଟିକେ କଥାରେ ରାଗିବା, ସାମ୍ନା ଲୋକକୁ ଅସମ୍ମାନଜନକ କଥା କହିବା, ନିଜ ରାଗକୁ ପ୍ରତିକ୍ରିୟାଶୀଳତାରେ ପରିବର୍ତ୍ତନ କରିବା ଦ୍ବାରା ସାମ୍ନା ଲୋକକୁ ଆପଣ ବାସ୍‌ ଟିକେ ଦୁଃଖୀ କରାଇ ପାରନ୍ତି, ମାତ୍ର ନିଜର ଯେଉଁ କ୍ଷତି କରନ୍ତି ତାହା ଅପୂରଣୀୟ। 

Advertisment

ଆମ ଭିତରେ ରାଗ ଭାବ ଉପୁଜିବା ଦ୍ବାରା ତାହାର ସିଧାସଳଖ ପ୍ରଭାବ ପଡ଼ିଥାଏ ଶରୀର, ମନ, ସଂପର୍କ ଓ ବୃତ୍ତି ଉପରେ। ଯଦିଓ ଆମେ ଅନ୍ୟ ଉପରେ ରାଗନ୍ତି, ମାତ୍ର ତା’ର କୁପରିଣାମର ଶିକାର ସବୁଠାରୁ ଅଧିକ ଆମେ ନିଜେ ହିଁ ହୋଇଥାନ୍ତି। 

ବିଜ୍ଞାନ କହୁଛି ରାଗ ଏକ ‘ଦୁର୍ବଳତା’। ଯେଉଁ ବ୍ୟକ୍ତିମାନେ କୌଣସି ପରିସ୍ଥିତିକୁ ସୁଧାରିବାର ସାହସ ରଖନ୍ତି ନାହିଁ, ସେମାନେ ରାଗିଯାଆନ୍ତି। ପାଟିିତୁଣ୍ଡ କରି ନିଜ ମନ ଶାନ୍ତ କରନ୍ତି। 

ପୁରାଣ କହୁଛି ରାଗ ହେଉଛି ‘ଅଜ୍ଞାନତା’। ପୁରାଣ କାଳରୁ ନେଇ ଏବେ ପର୍ଯ୍ୟନ୍ତ ରାଗୀ ଲୋକମାନଙ୍କୁ ଅଜ୍ଞାନୀ ବୋଲି ସମ୍ବୋଧନ କରାଯାଏ। କାରଣ ଜ୍ଞାନୀ ଲୋକମାନେ ନିଜର ବୁଦ୍ଧି ବଳରେ ରାଗକୁ ନିୟନ୍ତ୍ରଣ କରନ୍ତି।

ରାଗିବା‌ ଦ୍ବାରା ବ୍ୟକ୍ତି ରକ୍ତଚାପ, ବିଶାଦ, ହୃଦ୍‌ରୋଗ, ହଜମ ସମସ୍ୟା, ମୁଣ୍ଡ ବିନ୍ଧା, ତ୍ବଚା ସମସ୍ୟା ଆଦିର ଶିକାର ହୁଅନ୍ତି। 

ରାଗିବା ଦ୍ବାରା ବ୍ୟକ୍ତି ଆର୍ଥିକ, ପାରିବାରିକ ଓ ମାନସିକ ସ୍ତରରେ ଦୁର୍ବଳ ‌‌ହୋଇପଡ଼ନ୍ତି। ଏହି ରାଗ ଧନ ହାନୀ ଓ ସଂପର୍କ ହାନୀର ବି କାରଣ ହୋଇଥାଏ। ବେଳେ ବେଳେ ଅତ୍ୟଧିକ ରାଗ ନିଜର ଲୋକଙ୍କର କ୍ଷତି କରିବାକୁ ବି ବ୍ୟକ୍ତିକୁ ବାଧ୍ୟ କରିପକାଏ।

ଗୁରୁଗ୍ରାମର ଟେନିସ ଖେଳାଳି ରାଧିକାଙ୍କ ହତ୍ୟା ହେଉଛି ତାହାର ସଦ୍ୟତମ ଉଦାହରଣ। ରାଧିକ‌ାଙ୍କ କ୍ୟାରିୟର୍‌ ଗଢ଼ିବା ପାଇଁ ତାଙ୍କ ବାପା କୋଟି କୋଟି ଟଙ୍କା ବ୍ୟୟ କରିବା ପରେ ବି ସାମାନ୍ୟ ରାଗକୁ ନିୟନ୍ତ୍ରଣ ନକରିପାରି ଝିଅର ହତ୍ୟା କରିବାକୁ ପଛାଇଲେ ନାହିଁ।

କେବଳ ମଦ୍ୟପାନ କି ଧୂମପାନ ନୁହେଁ; ରାଗିବା ଦ୍ବାରା ବି ଆମେ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି। ତେଣୁ ସାବଧାନ; ନିଜର ବଦଭ୍ୟାସ ତାଲିକାରେ ରାଗକୁ ବି ସାମିଲ୍‌ କରାନ୍ତୁ। ଖରାପ ଅଭ୍ୟାସ ଛାଡ଼ିବାର ଚେଷ୍ଟା କରୁଥିଲେ ରାଗ ବି ପରିତ୍ୟାଗ କରନ୍ତୁ।