କ୍ରୋଧ ଶାନ୍ତି ପାଇଁ ପାର୍କ! ଶୀର୍ଷକଟି ଅନେକଙ୍କୁ ଚକିତ କରିପାରେ, କିନ୍ତୁ ଏହା ସତ। ଆମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ଢାକା ସହରରେ ଏମିତି ଏକ ପାର୍କର ନିର୍ମାଣ ଏବେ ଚାଲିଛି। କ୍ରୋଧିତ ମନକୁ ଶାନ୍ତ କଲା ଭଳି ଅନେକ କିଛି ସରଞ୍ଜାମ ପାର୍କରେ ଖଞ୍ଜାଯିବ। ପାର୍କ ଭିତରେ କୃତ୍ରିମ ହ୍ରଦ ସାଙ୍ଗକୁ ବଡ଼ ଟେଲିଭିଜନ୍, ରେସ୍ତୋଁରା ତଥା ସ˚ଗୀତ ଆଦିର ବ୍ୟବସ୍ଥା ରହିବ। ପାର୍କରେ କିଛି ସମୟ ବସିବା କି˚ବା ବୁଲାବୁଲି ପରେ ଜଣେ ଚାପମୁକ୍ତ ହୋଇପାରିବ। କ୍ରୋଧିତ ମନ ଶାନ୍ତ ପଡ଼ିବ। ପ୍ରାୟ ୩୮ ଏକର ଜମି ଉପରେ ଏହା ନିର୍ମାଣ ହେଉଛି ଏବଂ ଏ ବାବଦରେ ସାତ ନିୟୁତ ଡଲାର ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଏକ ଆକଳନ ଅନୁସାରେ, ଏସିଆର ସହରଗୁଡ଼ିକ ମଧ୍ୟରୁ ଢାକାବାସିନ୍ଦା ସର୍ବାଧିକ ଚାପଗ୍ରସ୍ତ। ପୃଥିବୀରେ ଏହାର ସ୍ଥାନ ସପ୍ତମ। ସହରବାସିନ୍ଦାଙ୍କୁ ଚାପ ଓ କ୍ରୋଧମୁକ୍ତ ରଖିବା ଏବ˚ ସେମାନଙ୍କ ଜୀବନଯାପନ ଶୈଳୀରେ ଉନ୍ନତି ଆଣିବା ଏ ପରି ଅଭିନବ ପଦକ୍ଷେପର ଲକ୍ଷ୍ୟ।
ନିର୍ମାଣ ଚାଲିଛି କ୍ରୋଧ ଶାନ୍ତି ପାଇଁ ପାର୍କ!
/sambad/media/post_attachments/wp-content/uploads/2019/11/park-dhaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)