ତାମିଲନାଡୁର ରିକ୍ସା ଭଡ଼ା ଅଧିକ ବୋଲି ଅଭିଯୋଗ କରି ଭୁଲ୍‌ରେ ଆମେରିକା ପୁଲିସ୍‌କୁ ଟୁଇଟ୍‌ କଲେ ଯୁବକ

ସଲେମ: ତାମିଲ୍‌ନାଡୁରେ ଦେଖିବାକୁ ମିଳିଛି ଏକ ମଜାଦାରିଆ ଘଟଣା। ତାମିଲ୍‌ନାଡୁରେ ଥିବା ସଲେମ୍‌ଠାରେ ରିକ୍ସା ଭଡ଼ା ଅଧିକ ଥିବାରୁ ଜଣେ ଯୁବକ ଟୁଇଟ୍‌କରି ପୁଲିସ୍‌ରେ ଅଭିଯୋଗ କରିବାକୁ ଚାହିଁଲେ। ମାଜାଦାରିଆ କଥାଟି ହେଉଛି ଯୁବକଙ୍କ ଧାରଣା ସଲେମର ସମସ୍ୟା ଯେହେତୁ ସଲେମ୍‌ର ପୁଲିସ୍‌ଙ୍କୁ ସୂଚୀତ କରାଇବାକୁ ହେବ, ତେଣୁ ସେ ନିଜ ଟୁଇଟ୍ ଲେଖିଲେ, ‘ସଲେମ୍‌ ପୁଲିସ୍‌ ଡିପାର୍ଟମେଣ୍ଟ୍‌ ତୁମେ ଅବଗତ ଅଛ କି ୟାରଚୁଡରେ ପର୍ଯ୍ୟଟକଙ୍କ ଠାରୁ କିପରି ଅଟୋ ଭଡ଼ା ନିଆଯାଉଛି। ଏଠାରେ ଯାତ୍ରୀଙ୍କ ଠାରୁ କି.ମି. ପିଛା ୫୦ ଟଙ୍କା ଅଟୋ ଭଡା ନିଆଯାଉଛି।’

 

ମାତ୍ର ମଜା କଥାଟି ହେଉଛି। ସଲେମ ପୁଲିସ ଡିପାର୍ଟମେଣ୍ଟ୍‌ ବୋଲି ଭାରତରେ କୌଣସି ଟୁଇଟର୍ ଅାକାଉଣ୍ଟ ନାହିଁ। ଏହି ନାମରେ ଆମେରିକାର  ସଲେମ ପୁଲିସ୍‌ ବିଭାଗର ଟୁଇଟର ରହିଛି। ତେବେ, ଏଥିରୁ ସ୍ପଷ୍ଟ ଯେ ଯୁବକ ଅରୁଣାନନ୍ଦ ଭୁଲ୍‌ବଶତଃ ଆମେରିକା ସଲେମ୍‌ ପୁଲିସ୍‌ ବିଭାଗକୁ ନିଜର ସମସ୍ୟା ଟୁଇଟ୍‌ ଜରିଆରେ ଜଣାଇ ଦେଇଛନ୍ତି।

କିଛି ସମୟ ପରେ ସଲେମ୍‌ ପୁଲିସ୍‌ ଡିପାର୍ଟମେଣ୍ଟ୍‌ର ଅଫିସିଆଲ୍‌ ଆକାଉଣ୍ଟ୍‌ରୁ ଉତ୍ତର ଆସିଲା ‘ଏହା ହେଉଛି ଆମେରିକାର ସଲେମ୍‌ ପୁଲିସ୍‌ ବିଭାଗ। ଏହି ଟୁଇଟ୍‌ଟି ଏବେ ଟୁଇଟର୍‌ରେ ଭାରରାଲ୍‌ ହୋଇଛି। ଏଥିରେ ଆପିଏସ୍‌ ଡି ରୁପା ମଧ୍ୟ ଏକ ମଜାଦାରିଆ ଇମୋ ଦେଇ ରିଟୁଇଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର