କେମିତିକା ବନ୍ଧନ! ଏହି ନିଆରା ଭିଡିଓ ପାଇଁ ୧ ମିଲିୟନ୍‌ ଡଲାର ଦେଇଛି ନେସ୍‌ନାଲ୍‌ ଜିଓଗ୍ରାଫିକ୍‌ ଚ୍ୟାନେଲ

ନୂଆଦିଲ୍ଳୀ: ନେସ୍‌ନାଲ୍‌ ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଦେଖିଥିବେ। ମାତ୍ର ନିକଟରେ ଏକ ଭିଡିଓକୁ ନେସ୍‌ନାଲ୍‌ ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ ୧ ମିଲିୟନ୍‌ ଡଲାର ଦେଇଥିବା କଥା ବେଶ୍‌ ଚର୍ଚ୍ଚା ପାଲଟିଛି। ଏହି ନିଆରା ଭିଡିଓରେ ଅସୁସ୍ଥ ପ୍ରାଣୀ ‘ମାମା’ ସହ ଜଣେ ବ୍ୟକ୍ତିଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଛି।

ଭିଡିଓରେ ପ୍ରଥମେ ‘ମାମା’ ଅସୁସ୍ଥ ଥିବାର ଦୃଶ୍ୟମାନ ହୋଇଛି। ମାତ୍ର ସେ ଯେତେବେଳେ ତା’ର ମଣିଷ ବନ୍ଧୁକୁ ଦେଖୁଛି ସେତେବେଳେ ତା’ର ଖୁସିର ସୀମା ରହୁନାହିଁ। ୫୯ ବର୍ଷିଅ ‘ମାମା’ ଅସୁସ୍ଥ ଅବସ୍ଥାରେ ଗୋଟିଏ ସ୍ଥାନରେ ପଡ଼ି ରହିଥାଏ। ଖାଇବା ପିଇବାକୁ ଦେଲେ ବି ତୁଣ୍ଡକୁ ନେଉନି। ମୃତ୍ୟୁ ଯେପରି ତାକୁ ଅପେକ୍ଷା କରି ରହିିଛି!

ସେତିକି ବେଳେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ‘ମାମା’ ନିକଟକୁ ଆସୁଛନ୍ତି। ସେହି ସମୟରେ ‘ମାମା’ର ପ୍ରତିକ୍ରିୟା ସମସ୍ତଙ୍କୁ ଚକିତ କରି ପକାଉଛି। ବ୍ୟକ୍ତି ଜଣକ ଥିଲେ ପ୍ରଫେସର୍‌ ଜାନ୍‌ ଭାନ୍‌ ହୁଫ୍‌। ସେ ଦୀର୍ଘ ଦିନ ତଳେ ‘ମାମା’ର ଯତ୍ନ ନିୟମିତ ଭାବେ ନେଉଥିଲେ। ପ୍ରଫେସର୍‌ ଯେତେବେଳେ ଶୁଣିଲେ କି ‘ମାମା’ ଅସୁସ୍ଥ ସେ ତାଙ୍କୁ ଶେଷ ଦେଖା କରିବାକୁ ଧାଇଁ ଆସିଲେ।

ପ୍ରଥମେ ‘ମାମା’ ତାଙ୍କୁ ଚିହ୍ନି ପାରିଲା ନାହିଁ। ମାତ୍ର ପରବର୍ତ୍ତୀ ସମୟରେ ‘ମାମା’ର ପ୍ରତିକ୍ରିୟା ନିହାତି ହୃଦୟସ୍ପର୍ଶୀ ଥିଲା। ସେ ତାର ପୂରା ମୁହଁ ଖୋଲି ହସିବାକୁ ଚେଷ୍ଟା କରୁଥିଲା। ଉଭୟ ଉଭୟଙ୍କୁ ସ୍ନେହ ଭରା ସ୍ପର୍ଶ ଦେଉଥିଲେ। ‘ମାମା’ ଖୁବ୍‌ ଆନନ୍ଦିତ ହେଉଥିଲା। କେବଳ ସେତିକି ନୁହେଁ ସେ ପ୍ରଫେସରଙ୍କ ହାତରୁ କିଛି ଖାଦ୍ୟ ମଧ୍ୟ ଖାଇଲା। ପ୍ରଫେସର ତା’ ସହ କଥା ହେଉଥିଲେ। ‘ମାମା’ ବୁଝିବା ନୟନରେ ତାଙ୍କୁ ଦେଖୁଥାଏ।

ସମ୍ବନ୍ଧିତ ଖବର