ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଥାଏ ଯାହାକି ହୃଦୟସ୍ପର୍ଶୀ ରହିଥାଏ। ପୂର୍ବରୁ ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ନେଇ ଅନେକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି କ୍ରମରେ ଏକ ବିଲେଇ ଓ ମଣିଷକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି।
ଭିଡିଓରେ ଦେଖିବାକୁ ମିଳୁଥିବା ଡଉଲଡାଉଲ ହୋଇଥିବା ଏକ ଧଳା ରଙ୍ଗର ବିଲେଇ ଧ୍ବଂସସ୍ତୂପ ତଳେ ଚାପି ହୋଇ ରହିଥିଲା। ବିଲେଇ ବୋବାଉ ଥିବା ଶୁଣି ଉଦ୍ଧାରକାରୀ ଦଳ ବହୁ ଯତ୍ନ ସହକାରେ ଧ୍ବଂସସ୍ତୂପ ତଳୁ ଉକ୍ତ ବିଲେଇକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
A cat was saved from under the rubble in Turkey. It now refuses to leave its rescuer's side. pic.twitter.com/91tLa2KrgC
— Historic Vids (@historyinmemes) February 21, 2023
ଉଦ୍ଧାର ହେଉହେଉ ବିଲେଇ ଯେମିତି ଉଦ୍ଧାରକାରୀ କର୍ମଚାରୀଙ୍କୁ ଖୁସିରେ ଆଲିଙ୍ଗନ କରିବାକୁ ଚାହୁଁଥିଲା, ସେମିତି ଭାବେ ତାଙ୍କ କାନ୍ଧ ଉପରକୁ ଚଢ଼ି ଯାଇଥିଲା। ଏହାପରେ ଉଦ୍ଧାରକାରୀ କର୍ମଚାରୀ ତାକୁ କାନ୍ଧରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଲେଇ ଉକ୍ତ କର୍ମଚାରୀଙ୍କୁ ଛାଡ଼ିବାକୁ ନାରାଜ। ସେ ଯେଉଁଆଡେ ଯାଉଥିଲେ ବିଲେଇବି ସେଇଆଡେ ଯାଉଥିଲା। ଆଉ ଉଦ୍ଧାରକାରୀ କର୍ମଚାରୀଙ୍କ କାନ୍ଧରେ ବସି ଗେଲ୍ହା ହେଉଥିଲା
ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ତାହା ଭାଇରାଲ ହୋଇଛି। ଭିଡିଓକୁ @historyinmemes ନାମକ ଟୁଇଟର ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ହୃଦୟସ୍ପର୍ଶୀ ଭିଡିଓକୁ ଏଯାବତ ୨୫ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।