ଲେବାନନର ପ୍ରାଚୀନ ନଗରୀ ‘ଅ˚ଜର’

ଲେବାନନରେ ପ୍ରାଚୀନ ଅ˚ଜର ନଗରୀର ଧ୍ୱଂସାବଶେଷ ଅବସ୍ଥିତ। ଖ୍ରୀ. ୭୦୫-୭୧୫ ମଧ୍ୟରେ ଏହି ନଗରୀ ନିର୍ମାଣ କରାଇଥିଲେ, ଉମୟ୍‌ୟଦ ବ˚ଶଜ ଶାସକ ଖଲିଫା ଓ୍ୱାଲିଦ ଇବ୍‌ନ ଅବ୍‌ଦ ଅଲ-ମାଲିକ। ନଗରୀର ନିର୍ମାଣ କେବେ ହେଲେ ସ˚ପୂର୍ଣ୍ଣ ହୋଇପାରି ନ ଥିଲା କି ନଗରୀଟି ଅଧିକ ସମୟ ତିଷ୍ଠିରହିପାରି ନ ଥିଲା। ଖ୍ରୀ. ୭୪୪ରେ ଖଲିଫ ଵାଲିଦଙ୍କ ପୁତ୍ର, ଖଲିଫା ଇବ୍ରାହିମ ଶତ୍ରୁ-ପକ୍ଷର ଆକ୍ରମଣରେ ପରାସ୍ତ ହେବା ସହ ନଗରୀ ଆ˚ଶିକ ଭାବେ ଧ୍ୱଂସ ହୋଇଯାଇଥିଲା। ସମସ୍ତ ବାସିନ୍ଦା ନଗରୀ ପରିତ୍ୟାଗ କରିବାରୁ ଅ˚ଜର କାଳକ୍ରମେ ପରିତ୍ୟକ୍ତ ହୋଇଯାଇଥିଲା।

TripAdvisor

୧୯୪୦ରେ ନଗରୀର ଧ୍ୱଂସାବଶେଷ ଆବିଷ୍କୃତ ହୋଇଥିଲା। ଧ୍ୱଂସାବଶେଷର ଖନନ ପରେ ସେଠାରେ ଚାଳିଶଟି ମିନାର ବିଶିଷ୍ଟ ଏକ ଦୁର୍ଗ ଥିବା ଜଣାପଡ଼ିଥିଲା। ଅ˚ଜରରେ ରାଜା, ସ˚ଭ୍ରାନ୍ତ ଓ ପ୍ରଜା ଭିନ୍ନ ଭିନ୍ନ ଅ˚ଶରେ ବାସକରୁଥିଲେ। ଏକ ମସ୍‌ଜିଦ ମଧ୍ୟ ଥିଲା। ଅ˚ଜର ସେହି କାଳର ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଥିଲା। ବେରୁତ ଓ ଦାମାସ୍କସ ମଧ୍ୟରେ ଅବସ୍ଥିତ ଅ˚ଜର ୧୯୮୪ରେ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିଲା।

ସମ୍ବନ୍ଧିତ ଖବର