ଗଛ ହେଉଛି ଆମର ପ୍ରକୃତ ବନ୍ଧୁ। ଆଜି ଆମେ ଯଦି ତା’କୁ ସାହାରା ଦେବା ସେ ଭବିଷ୍ୟତରେ ଆମର ସାହାରା ହୋଇ ଛିଡ଼ା ହେବ। ଗଛଟିଏ ଲଗାଇଦେଲେ ହେବ ନାହିଁ। ତା’କୁ ପାଣି, ସାର ବା ଖତ ଦେବା ଯଥେଷ୍ଟ ନୁହେଁ। ମୋ ମତରେ ଗଛଟିଏ ବଢ଼ାଇବାକୁ ହେଲେ ତା’ର ଯତ୍ନ ନେବା ସହିତ ତାକୁ ସ୍ନେହ ଦେବାକୁ ପଡ଼ିବ। ଅଧିକାଂଶ ଲୋକ ସାର ଓ ପାଣି ଦେଇ ଗଛ ବଢ଼ାଇଦେଉଛନ୍ତି। ସେଥିରେ ଫୁଲ ଓ ଫଳ ହେଉଛି। କିନ୍ତୁ ସେଇ ଗଛଟିକୁ ସେମାନେ କେତେ ଭଲ ପାଉଛନ୍ତି? ଗଛରେ ପୋକ ଲାଗିଗଲେ ଅଥବା ଫଳ ନ ଦେଲେ ତାକୁ ଉପାଡ଼ି ଫିଙ୍ଗି ଦେଉଛନ୍ତି। ଆମେ କିନ୍ତୁ ଚେଷ୍ଟା କରିବା କିପରି ଗଛଟି ଭଲରେ ରହିବ। ସେଥିପାଇଁ ମା’ଙ୍କ ସହିତ ମିଶି ମଁୁ ଗଛଗୁଡ଼ିକର ଯତ୍ନ ନିଏ। ମଁୁ ଗୋଟେ ଗୋଲାପ ଗଛ ଲଗାଇଛି। ତା’କୁ ବହୁତ ଭଲ ପାଏ। ଯେତେବେଳେ ବି ସମୟ ମିଳେ ତା’ ପାଖରେ ବସି ରହେ। ତା’ ‌େଦହରୁ ଶୁଖିଲା ପତ୍ର କାଢ଼ି‌ଦିଏ, ତା’ ଚାରିପଟ ଅନାବନା ଘାସ ସଫା କରେ ଆଉ ତା’ ସହିତ ବହୁତ ସମୟ ଗପେ। ସେଥିପାଇଁ ମୋ ମତରେ ଗଛଟିକୁ ବଢ଼ାଇବାକୁ ହେଲେ ତା’ ସହିତ ଅଧିକ ସମୟ ବିତାଇବା ଦରକାର। ରାସ୍ତାକଡ଼ରେ ଲଗାଯାଇଥିବା ଗଛଗୁଡ଼ିକର ଦାୟିତ୍ବ ବି ଆମ ସମସ୍ତଙ୍କର।
-ମୃଣାଳିନୀ ସାହୁ
ଚତୁର୍ଥ ଶ୍ରେଣୀ, କେନ୍ଦ୍ରୀୟ ବିଦ୍ୟାଳୟ-୪
ଚନ୍ଦ୍ରଶେଖରପୁର, ଭୁବନେଶ୍ବର