ଭାରତର ଜନସଂଖ୍ୟା ବୃଦ୍ଧି, ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ସାଜିଛି। ଖାଦ୍ୟ, ବାସଗୃହ, ବିଭିନ୍ନ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆବଶ୍ୟକତା ବଢ଼ିବା ଫଳରେ ବାୟୁ ପ୍ରଦୂଷଣର ମାତ୍ରା ବଢୁଛି। ରହିବା ନିମନ୍ତେ ଜଙ୍ଗଲ କାଟିବା ଦ୍ବାରା ମଣିଷ ବାସସ୍ଥଳୀ ତ ପାଇଯାଉଛି ହେଲେ ଅଙ୍ଗାରକାମ୍ଳ ଶୋଷିବା ପାଇଁ ଯଥେଷ୍ଟ ଗଛ ନାହାନ୍ତି। ଆମ ଜୀବନଶୈଳୀକୁ ଉନ୍ନତ କରିବା ଦ୍ବାରା କଳକାରଖାନା ବଢ଼ିବାରେ ଲାଗିଛି। ଫସଲ ଉତ୍ପାଦନ ବଢ଼ାଇବାକୁ ବ୍ୟବହାର ହେଉଥିବା ରାସାୟନିକ ସାର ଦ୍ବାରା ମଧ୍ୟ ବାୟୁ ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକକୁ ପୋଡ଼ିବା ଦ୍ବାରା ସେଥିରୁ ନିର୍ଗତ ବିଭିନ୍ନ କ୍ଷତିକାରକ ଗ୍ୟାସ୍ର ପ୍ରଭାବରେ ଆଜମା, ଶ୍ୱାସ ଭଳି ରୋଗ ଦେଖାଯାଉଛି। ଏଥିରୁ ମୁକ୍ତି ପାଇବା ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ। ମୋର ବିଶ୍ବାସ ଯେ ଆମେ ଜୀବନଶୈଳୀକୁ ଏଭଳି ବଦଳାଇବା ଉଚିତ ଯେମିତି ପରିବେଶର ସର୍ବନିମ୍ନ କ୍ଷତି ହେବ। କମ୍ ବିଜୁଳି ବ୍ୟବହାର କରିବା, ଖାଦ୍ୟ ନଷ୍ଟ ନ କରିବା, ସାଇକେଲ୍ ଚଳାଇବା, ଘର ପାଖରେ ବୃକ୍ଷରୋପଣ କରିବା ଆଦି କାର୍ଯ୍ୟ ଏଥିରେ ଅନ୍ତର୍ଭୁକ୍ତ।
- ସୂରଜ କୁମାର ସିଂହ, ନବମ ଶ୍ରେଣୀ,
ସରକାରୀ ଉଚ୍ଚବିଦ୍ୟାଳୟ, ସାନରାମଲୋଇ, ବିଶ୍ରା, ସୁନ୍ଦରଗଡ଼
ଅଙ୍କୁର ବିଚାର: ପରିବେଶ ଅନୁକୂଳ ଜୀବନଯାପନ କରିବା
ଭାରତର ଜନସଂଖ୍ୟା ବୃଦ୍ଧି, ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ସାଜିଛି। ଖାଦ୍ୟ, ବାସଗୃହ, ବିଭିନ୍ନ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆବଶ୍ୟକତା ବଢ଼ିବା ଫଳରେ ବାୟୁ ପ୍ରଦୂଷଣର ମାତ୍ରା ବଢୁଛି। ରହିବା ନିମନ୍ତେ ଜଙ୍ଗଲ କାଟିବା ଦ୍ବାରା ମଣିଷ ବାସସ୍ଥଳୀ ତ ପାଇଯାଉଛି ହେଲେ...
/sambad/media/media_files/2025/03/25/SvNinStYPDFhlkSOvQdu.jpg)