ଅନ୍ଧାର ଭିତରେ ହଜିଯାଉଥିବା ଶିଶୁମାନଙ୍କ ଶୈଶବର ସୁରକ୍ଷା ଓ ଉଜ୍ଜ୍ବଳ ଭବିଷ୍ୟତ ଗଠନ ଦିଗରେ ପଶ୍ଚିମବଙ୍ଗର ଅନୋୟାରା ଖାତୁନ୍ ପ୍ରତିଶ୍ରୁତିବଦ୍ଧ। ଗଲା ବାର ବର୍ଷ ହେଲା ସେ ଶିଶୁ ଅଧିକାର ପାଇଁ ଲଢେ଼ଇ କରୁଛନ୍ତି। ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଘରୋଇ ହି˚ସାରେ ପୀଡ଼ିତ ଦୁଇ ଶହରୁ ଅଧିକ ଶିଶୁ ତାଙ୍କ ଦ୍ବାରା ଉଦ୍ଧାର ହେଲେଣି। ଏମାନେ ସମସ୍ତେ ଏବେ ସୁରକ୍ଷିତ ଏବଂ ପାଠ ପଢ଼ିବା ସହିତ ନିଜର ସୁନ୍ଦର ଭବିଷ୍ୟତ ଗଠନ ଦିଗରେ ଆଗେଇ ଚାଲିଛନ୍ତି। ଅନୋୟାରାଙ୍କ ଉଦ୍ୟମ ଯୋଗୁ ପ୍ରାୟ ଅଶୀ ଖଣ୍ତ ଗାଁରୁ ଶିଶୁମାନଙ୍କୁ ଉଦ୍ଧାର କରାଯାଇଥିବା ପ୍ରକାଶ। ଶିଶୁ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ଲାଗି ଅନୋୟାରାଙ୍କୁ ମିଳିତ ଜାତିସ˚ଘ ପକ୍ଷରୁ ସମ୍ମାନିତ କରାଯାଇଛି। ଅନୋୟାରାଙ୍କ ଶୈଶବ ଜୀବନ, ନୋବେଲ ଶାନ୍ତି ବିଜୟିନୀ ମଲାଲା ୟୁସୁଫୁଜାଈଙ୍କଠାରୁ କିଛି କମ୍ ନୁହେଁ। ଗରିବ କୃଷକ ପରିବାରରେ ତାଙ୍କର ଜନ୍ମ। ପେଟ ପାଇଁ ଦଶ ବର୍ଷ ବୟସରେ ଘର ଛାଡ଼ିବାକୁ ସେ ବାଧୢ ହୋଇଥିଲେ। ଛଅ ମାସ ପରେ ତାଙ୍କୁ ଏକ ଶିଶୁ ସୁରକ୍ଷା କେନ୍ଦ୍ରର କର୍ମୀମାନେ ଉଦ୍ଧାର କରିଥିଲେ। ସେହି ଦିନଠାରୁ ସେ ଶିଶୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତାଙ୍କ ଉପରେ କେତେ ଥର ଆକ୍ରମଣ ଉଦ୍ୟମ ହୋଇଥିଲେ ବି ନିଜ ଲକ୍ଷ୍ୟରୁ ହଟିନାହାନ୍ତି। ମଲାଲା ତାଙ୍କର ଆଦର୍ଶ। ମଲାଲାଙ୍କୁ ଦେଖି ନାହାନ୍ତି; କେବଳ ନିଜ ବାପାଙ୍କଠାରୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ସଂପର୍କରେ ଶୁଣିଛନ୍ତି। ମଲାଲାଙ୍କ ଜୀବନ ଓ ପ୍ରେରଣାଦାୟୀ କଥା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି।
ଶିଶୁଙ୍କ ପାଇଁ ଅଲୋକବର୍ତ୍ତିକା-ଅନୋୟାରା ଖାତୁନ
/sambad/media/post_attachments/wp-content/uploads/2019/05/Anoyara-Khatun.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)