ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମହର୍ଷି ଅତ୍ରିଙ୍କ ଆଶ୍ରମରେ ପହଂଚିଲେ, ତିନି ଦେବ ମୁନି ବେଶରେ ସେଠାରେ ପହଞ୍ଚିଲେ। ସେହି ସମୟରେ ମହର୍ଷି ଅତ୍ରି ଆଶ୍ରମ ରେ ନଥିଲେ। ଅତିଥି ରୂପେ ତ୍ରିଦେବଙ୍କୁ ଅନସୂୟା ସତ୍କାର କରିବାକୁ ଚାହିଁଲେ, ମାତ୍ର ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଲେ।
ସତୀ ଅନସୂୟା ବିନ୍ରମତାର ସହିତ ପ୍ରଶ୍ନ କଲେ, ‘‘ମୁନିଗଣ! ମୋ’ ଦ୍ୱାରା ଏଭଳି କେଉଁ ଅପରାଧ ହୋଇଗଲା ଯେ ଆପଣ ମାନେ ମୋର ସତ୍କାର, ପୂଜା ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି? ମୁନିଗଣ କହିଲେ,‘‘ଦେବୀ! ଯଦି ଆପଣ ଉଲଗ୍ନ ହୋଇ ଆମର ସତ୍କାର କରିବ,ତେବେ ଆମେ ଭିକ୍ଷା ଗ୍ରହଣ କରିବୁ।’’ଏକଥା ଶୁଣି ସତୀ ବିଚଳିତ ଓ ବିସ୍ମିତ ହେଲେ। ଏହାପରେ ସେ ଧ୍ୟାନରେ ସବୁକଥା ଜାଣିପାରିଲେ ଏବଂ କହିଲେ,‘‘ମହାଭାଗ ଗଣ! ମୁଁ ବିବସ୍ତ୍ର ହୋଇ ଆତିଥ୍ୟ ପ୍ରଦାନ କରିବି। ଆପଣଙ୍କୁ ଭିକ୍ଷା ପ୍ରଦାନ କରିବି। ଯଦି ମୁଁ ପ୍ରକୃତରେ କାୟ,ମନ ବାକ୍ୟରେ ସତୀ ହୋଇଥାଏ ଏବଂ କାମଭାବନା ନେଇ କୌଣସି ପର ପୁରୁଷର ଚିନ୍ତା କରି ନଥାଏ, ତେବେ ମୁଁ ବିବସ୍ତ୍ର ହେବା ବେଳେ ଆପଣ ତିନି ଜଣ ଛଅ ମାସର ଶିଶୁ ହୋଇଯିବେ।’’
/sambad/media/post_attachments/wp-content/uploads/2018/07/Anusiya-300x300-300x300.jpg)
ଶିଶୁ ସତୀ ଅନସୂୟା ବିବସ୍ତ୍ର ହୋଇ ଭିକ୍ଷା ଦେବା ମାତ୍ରେ ତ୍ରିଦେବ ଛମାସର ଶିଶୁ ହୋଇଗଲେ। ମାତା ସେ ତିନିଜଣଙ୍କୁ ନିଜର ସ୍ତନପାନ କରାଇଲେ ଏବଂ ସେମାନଙ୍କୁ ଖେଳନା ଦେଇ ଖେଳାଇଲେ। ଏହିପରି ଭାବେ ତ୍ରିଦେବ ମାତା ଅନସୂୟାଙ୍କ ବାତ୍ସଲ୍ୟ ପ୍ରେମରେ ବନ୍ଦୀ ହୋଇଗଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/anasuya9.jpg)