ବାରମ୍ବାର ଟାୟାର ପମ୍ପଚର ହେଉଛି କି? ଆପଣାନ୍ତୁ ଏହି ଉପାୟ

ଦୁଇଚକିଆ ଯାନ ହେଉ କିମ୍ବା ଚାରିଚକିଆ ଯାନ ଯେକୌଣସି ସ୍ଥାନରେ ପମ୍ପଚର ହେବାର ଭୟ ଲାଗି ରହିଥାଏ। ଏହି ସମୟରେ ଯଦି ବାହାରକୁ ବୁଲିବାକୁ ପ୍ରୋଗ୍ରାମ ରଖିଥାନ୍ତି ଏବଂ ପାଖରେ ମେକାନିକ ନଥାଏ ତେବେ ନାହିଁ ନଥିବା ଅସୁବିଧାର ସାମନା କରିବାକୁ ପଡିଥାଏ। କିନ୍ତୁ ବର୍ତ୍ତମାନ ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ବଜାରକୁ ଏକ ଲିକ୍ୱିଡ ଆସିଯାଇଛି ଯାହାକୁ ବ୍ୟବହାର କରିବା ପରେ ଆଉ ଗାଡି ପମ୍ପଚର ହେବନି।

ଆଣ୍ଟି ପମ୍ପଚର ଲିକ୍ୱିଡ : ବଜାରରେ ଆଣ୍ଟି ପମ୍ପଚର ଲିକ୍ୱିଡ ନାମରେ ଆପଣ ଏହି ଲିକ୍ୱିଡକୁ କିଣିପାରିବେ। ୫୦୦ ଟଙ୍କାରୁ ଆରମ୍ଭ ହୋଇ ୮୦୦ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ ରହିଥିବାବେଳେ ଦାମ ବଢିବା ସହ ଲିକ୍ୱିଡର ମାତ୍ରାରେ ମଧ୍ୟ ବୃଦ୍ଧି ହୋଇଥାଏ।

ଏହି ଲିକ୍ୱିଡକୁ କାର,ବାଇକ କିମ୍ବା ସ୍କୁଟରରରେ ଭର୍ତ୍ତି କରାଯାଏ। ଭର୍ତ୍ତି କରିବାର ଦୁଇଟି ପ୍ରକ୍ରିୟା ଅଛି। ପ୍ରଥମେ ଇଞ୍ଜେକସନ ମାଧ୍ୟମରେ ଏହାକୁ ଚକା ଭିତରକୁ ପ୍ରବେଶ କରାଯାଏ କିମ୍ବା ଟାୟାରର ନଟ ମାଧ୍ୟମରେ ଲିକ୍ୱିଡକୁ ଚକା ଭିତରେ ପ୍ରବେଶ କରାଯାଏ । ଟାୟାରରେ ଭିତରେ ପହଞ୍ଚିବା ପରେ ଏହା ଭିତରର ସବୁ ସ୍ଥାନକୁ ଆବରଣ କରିଥାଏ। ଯଦି ଦୁର୍ଭାଗ୍ୟବଶତଃ ଟାୟାର ପମ୍ପଚର ବି ହୋଇଯାଏ ତେବେ ପମ୍ପଚର ହୋଇଥିବା ଜାଗାରୁ ଏହି ଲିକ୍ୱିଡ ବାହାରକୁ ବାହାରି ଶୁଖିଯାଇଥାଏ। ଯାହା ଫଳରେ ପବନ ବାହାରକୁ ବାହାରି ପାରେନି। ଏହି ଲିକ୍ୱିଡକୁ ବିକ୍ରି କରୁଥିବା କମ୍ପାନୀ ୧୦ ହଜାର କି.ମି ପର୍ଯ୍ୟନ୍ତ ଏହା କାମ କରିପାରିବାର ଗ୍ୟାରେଣ୍ଟି ଦେଉଛନ୍ତି।

ସମ୍ବନ୍ଧିତ ଖବର