ବିଶ୍ୱ ଐତିହ୍ୟ : ଶ୍ରୀଲଙ୍କାର ଅନୁରାଧାପୁର

୧୯୮୨ରେ ଶ୍ରୀଲଙ୍କାର ଅନୁରାଧାପୁର ଅନ୍ତର୍ଗତ ଗୁଡ଼ିଏ ପ୍ରାଚୀନ କୀର୍ତ୍ତିରାଜିର ଅବଶେଷକୁ ବିଶ୍ବ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିଲା। ତନ୍ମଧ୍ୟରୁ ଅନୁରାଧାପୁର ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ମିହିନତାଲି ଅନ୍ୟତମ। ଏଠାରେ ସମ୍ରାଟ୍‌ ଅଶୋକଙ୍କ ପୁତ୍ର ମହେନ୍ଦ୍ରଙ୍କ ସହ ସି˚ହଳୀ ରାଜା ଦେବାନାମ ପିୟତିସ୍‌ସଙ୍କର ସାକ୍ଷାତ୍‌ ହୋଇଥିଲା। ମିହିନତାଲି ଏକ ପର୍ବତ। ଏହା ଉପରେ ଥିବା ଏକାଧିକ ବୌଦ୍ଧ ସ୍ତୂପ ମଧୢରୁ ଗୋଟିକରେ ମହେନ୍ଦ୍ରଙ୍କର ଦେହାବଶେଷ ରହିଛି। ବୌଦ୍ଧ ଧର୍ମର ପ୍ରସାର ପାଇଁ ମହେନ୍ଦ୍ର ସି˚ହଳରେ ପହଞ୍ଚିବା ପରେ ଆଉ ବାହୁଡ଼ି ନ ଥିଲେ। ସେଠାରେ ବୌଦ୍ଧ ଧର୍ମର ସଂପ୍ରସାରଣ ପରେ ମିହିନତାଲିର ଏକ ଗୁମ୍ଫାରେ ଶେଷ ଜୀବନ କାଟିଥିଲେ। ‘ମହେନ୍ଦ୍ର’ଙ୍କୁ ସି˚ହଳରେ ‘ମହିନ୍ଦା’ କହାଯାଏ। ତେଣୁ, ‘ମିହିନତାଲି’ ସ˚ଭବତଃ ‘ମହେନ୍ଦ୍ର ସ୍ଥଳୀ’ରୁ ସୃଷ୍ଟ ହୋଇଥିବା ବିଶ୍ବାସ କରାଯାଏ। ମିହିନତାଲି ପର୍ବତର ଶିଖରଟି ଅସ୍ବାଭାବିକ। ଶିଖରଟିକୁ କେହି ଅନ୍ୟ କେଉଁଠାରୁ ଉଠାଇଆଣି, ସେଠାରେ ସ୍ଥାପନ କରିଥିବା ଭଳି ଦିଶେ। ତେବେ, ପ୍ରାକୃତିକ ଭାବେ ସେ ପରି ହେବା ସ˚ଭବ। କି˚ବଦନ୍ତି ଅନୁଯାୟୀ ମହେନ୍ଦ୍ର ଦୈବୀ-ଶକ୍ତି ବଳରେ ଆକାଶରେ ଉଡ଼ିଉଡ଼ି ଏହି ପର୍ବତ ଶିଖରରେ ଅବତରଣ କରିଥିଲେ। ପୁଣି ଅରଣ୍ୟ ଦେବତା ହରିଣ ବେଶରେ ରାଜା ଦେବନାମଙ୍କୁ ପ୍ରଲୁବ୍‌ଧ କରି ମିହିନତାଲି ଶିଖରରେ ପହଞ୍ଚାଇଥିଲେ। ସେଠାରେ ହରିଣ ବେଶୀ ଦେବତା ଉଭାନ ହୋଇଯାଇଥିଲେ ଏବ˚ ରାଜା ଭେଟିଥିଲେ ରାଜପୁତ୍ର-ସନ୍ନ୍ୟାସୀ ମହେନ୍ଦ୍ରଙ୍କୁ। ଏହି କ˚ବଦନ୍ତିକୁ ସ୍ମରଣୀୟ ରଖିବା ପାଇଁ ମିହିନତାଲି ବୌଦ୍ଧ ବିହାରରେ ହରିଣ ପୋଷାଯାଇଛି। ମହେନ୍ଦ୍ର ଧୢାନ କରୁଥିବା ଗୁମ୍ଫାଟି ଏବେ ମଧୢ ଅଛି। ତାହା ମଧୢକୁ ପ୍ରବେଶ କରିବା କଷ୍ଟସାଧ୍ୟ।

ସମ୍ବନ୍ଧିତ ଖବର