ଆତ୍ମହତ୍ୟା କରିବାକୁ ମନରେ ଆସିଥିଲା, ଲେଖିଦେଲେ ଲଭଷ୍ଟୋରୀ

ନୂଆଦିଲ୍ଲୀ: ନିଜର ରୋଗ ପାଇଁ ଆଉ ଜିଇଁବାକୁ ଚାଁହୁନଥିଲେ ମଧ୍ୟପ୍ରଦେଶର ଅନୁରାଗ ମିଶ୍ର | ଶରୀରରେ ହେଉଥିବା ଯନ୍ତ୍ରଣା ପାଇଁ ନିଜକୁ ଶେଷ କରିଦେବାକୁ ଆତ୍ମହତ୍ୟା କରିବାର ଭାବନା ମନକୁ ବାରମ୍ବାର ଆସୁଥିଲା | କିନ୍ତୁ ମନୋଚିକିତ୍ସକଙ୍କ ପରାମର୍ଶ କ୍ରମେ ଏଥିରୁ ନିବୃତ୍ତ ରହିଥିଲେ ଏହି ଯୁବକ | ଏହା ପରେ କଣ ହେଲା ପଢନ୍ତୁ ଜୀବନ ସଂଘର୍ଷର ଏହି କାହାଣୀ |

ମଧ୍ୟପ୍ରଦେଶର ଟିକମଗଡ଼ର ଅନୁରାଗ ମିଶ୍ର ପିଲାଟିବେଳୁ ମାରାତ୍ମକ ରୋଗ ଇମ୍ୟୁନୋ ଡେ଼ଫିସେନସିରେ ପିଡୀତ ଥିଲେ | ଅନୁରାଗ ପ୍ରତିଦିନ ବାନ୍ତି କରିବା ସହ ଦୁର୍ବଳ ଅନୁଭବ କରୁଥିଲେ | ଜଣେ ମେଧାବୀ ଛାତ୍ର ଭାବେ ଭଲ ପାଠ ପଢୁଥିଲେ ବି ଏହି ରୋଗ ବାରମ୍ବାର ଅନ୍ତରାୟ ସୃଷ୍ଟି କରୁଥିଲା | ପୁରା ଦିନ ବିଛଣାରେ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଉଥିଲେ | ତଥାପି ନିଜସ୍ୱ ଚେଷ୍ଟାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିବାକୁ ଯାଇଥିଲେ | ସେଠାରେ ମଧ୍ୟ ଏହି ରୋଗ ତାଙ୍କ ପିଛା ଛାଡ଼ିନଥିଲା | ଯାହାଫଳରେ ଆତ୍ମହତ୍ୟା କରିବାର ଭାବନା ମୁଣ୍ଡକୁ ଆସିଥିଲା |

photo-YOURSTORY

ପରେ ଜଣେ ମନୋଚିକିତ୍ସକଙ୍କ ପରାମର୍ଶ ତାଙ୍କର ଏହି ଭାବନାକୁ ବଦଳାଇଦେଇଥିଲା | ଆତ୍ମହତ୍ୟା ଯେ କେବଳ ଜୀବନର ଶେଷ ନିଷ୍ପତ୍ତି ନୁହେଁ ତାହା ବୁଝାଇଥିଲେ ମନୋଚିକିତ୍ସକ | ଏହାପରେ ମାନସିକ ସ୍ଥିତିରେ ଆସିଥିଲା ସୁଧାର | ନିଜର ଗ୍ରାଜୁଏସନ ସମାପ୍ତ କରିବା ପରେ ମନକୁ ଆସିଥିଲା ଏକ ଚିନ୍ତା | ନିଜ ଜୀବନ ଓ ସଂଘର୍ଷର କାହାଣୀକୁ ନେଇ ଲେଖିଦେଲେ ବହି | ଯାହାର ଶୀର୍ଷକ ଥିଲା ‘ଷ୍ଟ୍ରଗଲ ଅଫ ଏ ଷ୍ଟାର ଆଣ୍ଡ ଏ ବିୟୁଟିଫୁଲ ଲଭ ଷ୍ଟୋରୀ’ |

ଏହାପରେ ପଛକୁ ଫେରି ଚାହିଁନାହାନ୍ତି ଏହି ଯୁବ ଲେଖକ | ‘ସଫଳତା ନିଶ୍ଚିତ’ ଶୀର୍ଷକ ଆଉ ଏକ ବହି ମଧ୍ୟ ଲେଖିଛନ୍ତି | ଏବେ ଅନୁରାଗଙ୍କ ପାଠକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଅନୁରାଗଙ୍କ ସଂଘର୍ଷର କାହାଣୀ ପଢିବାକୁ ଏବେ ଯୁବପିଢୀଙ୍କ ମଧରେ ଢେର ଆଗ୍ରହ ବଢ଼ୁଥିବାର ଦେଖିବାକୁ ମିଳୁଛି |

ସମ୍ବନ୍ଧିତ ଖବର