ଛୋଟ ଛୋଟ କଥାରେ ବିଚଳିତ ହେବା, ମାଂସପେଶୀ ଟାଣି ହେବା ଓ ନିଶ୍ୱାସ ପ୍ରଖର ହେବା ଆଦି ସମସ୍ୟା ଚିନ୍ତା ଯୋଗୁଁ ହୋଇଥାଏ, ଯାହା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ
କଥାରେ ଅଛି, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଅର୍ଥାତ ଚିନ୍ତା ବା ଦୁଶ୍ଚିନ୍ତା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଅସୁସ୍ଥତାର କାରଣ ପାଲଟି ଥାଏ। ଏହି ଚିନ୍ତା ଜନିତ ରୋଗର ଉପଚାର ଔଷଧ ଦ୍ୱାରା ହୋଇପାରେ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମସ୍ତିଷ୍କରେ ସେରଟୋନିନ୍ ନାମକ ତରଳ ପଦାର୍ଥ କମ୍ ହେବା ଫଳରେ ଚିନ୍ତା ଜନିତ ଅସୁସ୍ଥତା ଦେଖାଦିଏ।
ଚିନ୍ତା କେମିତି ଆରମ୍ଭ ହୁଏ ?
ଏହା ସର୍ବଦା କୌଣସି ଛୋଟ ବିଷୟରୁ ଆରମ୍ଭ ହୋଇଥାଏ। କିନ୍ତୁ ଯେବେ ଆମେ ଏହାକୁ ନେଇ ପୂରା ଜଡ଼ିତ ହୋଇଯାଉ ଏହା ଗମ୍ଭୀର ହୋଇଯାଏ। ଯେମିତି କି ମୁଣ୍ଡବିନ୍ଧା ହେଲେ ଆମେ ଚିନ୍ତା କରିବା ଆରମ୍ଭ କରିଦେଇଥାଉ କି କୌଣସି ଟ୍ୟୁମର ମସ୍ତିଷ୍କରେ ନାହିଁ ତ! ସାମାନ୍ୟ ଏକ କାରଣକୁ ଆମେ ବିରାଟ ପରିକଳ୍ପନା କରୁ। ଏଭଳି ଆଶଙ୍କିତ ଚିନ୍ତାକୁ ସମୟ ଅନୁସାରେ ନିୟନ୍ତ୍ରଣ ନ କରିଲେ ହୃଦ୍ରୋଗ ଓ ମସ୍ତିଷ୍କ ବିକୃତି ଆଶଙ୍କା ଦେଖା ଦେଇପାରେ।
ମନକୁ ଚିନ୍ତା ଗ୍ରାସ କରୁଥିବା ସ୍ଥିତିରେ କ’ଣ କରିବା ଉଚିତ୍
୧. ଚିନ୍ତାର ତିନୋଟି ସ୍ତର; ବିଚାର, ଭାବନା ଓ ବ୍ୟବହାରର ଚକ୍ରବ୍ୟୁକୁ ବୁଝନ୍ତୁ।
୨. ଯଦି ଏହି ଚକ୍ରବ୍ୟୁହରୁ ବାହାରିବାକୁ ଚାହାନ୍ତି ତେବେ, ଏହା ଉପରୁ ଧ୍ୟାନ ହଟାନ୍ତୁ।
୩. ଶାରୀରିକ ସମସ୍ୟାର ସମ୍ମୁଖୀନ ହେବା ଲାଗି କୌଣସି ବ୍ୟାୟାମ ଶିଖନ୍ତୁ।
୪. ୟୁଟ୍ୟୁବ୍ ବା ଅନ୍ୟ ଭିଡିଓ େଓ୍ଵବ୍ସାଇଟ୍ରୁ ପ୍ରୋଗ୍ରେସିଭ୍ ମସ୍କ୍ୟୁଲାର୍ ରିଲାକ୍ସେସନ୍ ସର୍ଚ୍ଚ କରନ୍ତୁ, ଅନେକ ଭିଡିଓ ମିଳିବ। ଏଥିରେ ଏହି ସମସ୍ୟା ଦୂର କରିବାର ଶୈଳୀ ସଂପର୍କିତ ସୂଚନା ପାଇ ପାରିବେ।
୫. ସମସ୍ତ ବ୍ୟକ୍ତିଙ୍କ ଧ୍ୟାନ ହଟାଇବା କିମ୍ବା ଡିଷ୍ଟ୍ରାକ୍ସନ୍ର ଶୈଳୀ ଅଲଗା ହୋଇଥାଇ ପାରେ।
ଏହି ସ୍ଥିତିରେ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତୁ
ଯଦି ଚିନ୍ତା ତଥାପି ଆପଣଙ୍କ ପିଛା ଛାଡ଼ୁନି ତା’ହେଲେ ମନୋଚିକିତ୍ସକଙ୍କଠୁ ପରାମର୍ଶ ନିଅନ୍ତୁ। ଚିନ୍ତାର ଉପଚାର ଔଷଧ ଦ୍ୱାରା ହୋଇପାରେ। ଏହା ବ୍ୟତୀତ କଥାବାର୍ତ୍ତାରେ ମଧ୍ୟ ଏହାର ସମାଧାନ କରାଯାଇପାରେ, ଏହାକୁ କଗ୍ନେଟିଭ୍ ବିହେଭିୟର୍ ଥେରାପି କୁହାଯାଏ। ଏଥିରେ ନକରାତ୍ମକ ଚିନ୍ତାର ଶୈଳୀକୁ ଠିକ୍ ଭାବେ ବୁଝି ତାକୁ ବଦଳାଇବାର କୌଶଳ ଶିଖାଯାଏ।