ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ତାଙ୍କ ମୁହଁରେ ହସ ଫୁଟି ଯାଉଛି।
ଭିଡିଓରେ ଦେଖିବାକୁ ମିଳୁଛି ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଯୁବକ ଦିଲ୍ଲୀର କୋନାଟ ପ୍ଲେସରେ ଷ୍ଟଣ୍ଟ ଦେଖାଉଛନ୍ତି। ଆଉ ଉକ୍ତ ଯୁବକଙ୍କ ଷ୍ଟଣ୍ଟ ଦେଖି ସେହି ବାଟ ଦେଇ ଯାଉଥିବା ଯାତ୍ରୀମାନେ ଦିବ୍ୟାଙ୍ଗ ସାମ୍ନାରେ ପଡ଼ିଥିବା ଏକ ଧଳା ରୁମାଲରେ ନିଜ ଇଚ୍ଛା ମୁତାବକ ଟଙ୍କା ସାହାଯ୍ୟ ଆକାରରେ ଦାନ କରି ଯାଉଛନ୍ତି। ଶେଷରେ ଯୁବକ ଜଣକ ଏହି ଟଙ୍କାକୁ ସଂଗ୍ରହ କରି ଦିବ୍ୟାଙ୍ଗଙ୍କ ହାତରେ ଧରାଇ ଦେଉଛନ୍ତି। ଏହି ଟଙ୍କା ମୁଣିକୁ ହାତରେ ଧରିବା ପରେ ଦିବ୍ୟାଙ୍ଗ ମୁଖରେ ହସ ଖେଳି ଯାଉଥିବା ଦେଖିବାକୁ ମିଳୁଛି।
Anyone can do something to #help someone!#HelpChain.
VC - Social Media. pic.twitter.com/E5Rj8EKHQ5
— Dipanshu Kabra (@ipskabra) November 25, 2020
ଏହି ହୃଦୟସ୍ପର୍ଶୀ ଭିଡିଓ ସେୟାର କରି ଆଇପିଏସ୍ କ୍ୟାପସନରେ ଲେଖିଛନ୍ତି, 'ସାହାଯ୍ୟ କରିବାକୁ କିଏ ବି କିଛି କରିପାରିବେ।' ଏହି ଭିଡିଓକୁ ଦୀପାଂଶୁ କାବ୍ରା ନଭେମ୍ବର ୨୫ ତାରିଖ ସକାଳେ ସେୟାର କରିଥିଲେ । ଭିଡିଓ ସେୟାର କରିବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଯାଇଛି। କିଛି ମିନିଟ ମଧ୍ୟରେ ହଜାରରୁ ଅଧିକ ଥର ଏହାକୁ ଦେଖାଯାଇ ସାରିଥିବା ବେଳେ ୧୦୦ରୁ ଅଧିକ ଲାଇକ ଓ ୨୦ରୁ ଅଧିକ ରି-ଟୁଇଟ ମିଳିଛି। ଲୋକମାନେ ଭିଡିଓକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।